ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି ।ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ଏହି ଟେଷ୍ଟ ଆରମ୍ଭ ହୋଇଛି ।

ଆଦିତ୍ୟଙ୍କ ମୃତ୍ୟୁ ମାମଲାର ଖିଅ ଧରିବା ପାଇଁ ଏହି ଟେଷ୍ଟ କରାଯିବ ବୋଲି ପୂର୍ବରୁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଆଦିତ୍ୟଙ୍କ ପତ୍ନୀଙ୍କଠାରୁ ଏହି ଟେଷ୍ଟ ଆରମ୍ଭ ହୋଇଛି । ପରେ ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁଙ୍କୁ ମଧ୍ୟ ଏହି ଟେଷ୍ଟ ନିମନ୍ତେ ଡକାଯାଇପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଏହି ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛି ରାଜ୍ୟ ଫରେନସିକ ଲାବ୍ରୋଟୋରୀ ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Share

Leave a Reply

Your email address will not be published. Required fields are marked *

3 × 4 =