‘ବସୁଧା’ ପାଇଁ ଅତିରିକ୍ତ 1000 କୋଟି

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ବସୁଧା ଯୋଜନାରେ 2018-19 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ 1000 କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି । ରାଜ୍ୟରେ ବିଶୁଦ୍ଧ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଏହି ଅତିରିକ୍ତ ସହାୟତା ପ୍ରଦାନ କରାଯାଇଛି ।

2018-19 ବର୍ଷ ପାଇଁ ଏହି ଯୋଜନାରେ 1000 କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । 2019-20 ଆର୍ଥିକ ବର୍ଷ ପାଇଁ ମଧ୍ୟ ବସୁଧା ଯୋଜନାରେ 1000 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ପାଇକ ବିଦ୍ରୋହର 200 ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ବସୁଧା ଯୋଜନାର ଶୁଭାରମ୍ଭ କରିଥିଲେ । ରାଜ୍ୟର ପ୍ରତି ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷରେ ଏହି ଯୋଜନା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

fifteen − 2 =