ଗାଧୋଇବାକୁ ଯାଇ ଆଉ ଫେରିଲେନି

ପୋଖରୀରେ ବୁଡିଗଲେ ଦୁଇ ବାଳକ । ଗାଧୋଇବା ବେଳେ ଦୁଇ ବାଳକଙ୍କ ମୃତ୍ୟୁ ଘଟିଥିଲା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗାଁରେ ।ସେମାନେ ହେଲେ ସରୋଜ ବିଶ୍ୱାଳଙ୍କ ପୁଅ ଓମ୍ ବିଶ୍ୱାଳ ଓ ପ୍ରତାପ ରାଉତଙ୍କ ପୁଅ ଆର୍ଯ୍ୟ ସୁମନ ରାଉତ । ଓମ୍ ସଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ପଢୁଥିବାବେଳେ ଆର୍ଯ୍ୟ ତୃତୀୟ ଶ୍ରେଣୀରେ ପଢୁଥିଲେ । ହେଲେ ୨ଜଣ ସକାଳ ୯ଟାରେ ପୋକରୀକୁ ଗାଧୋଇବାକୁ ଯାଇଥିଲେ ହେଲେ ଆଉ ଫେରି ନଥିଲେ । ଖୋଜାଖୋଜି ହେଲା ପରେ ଉଭୟଙ୍କ ମୃତ ଦେହ ପୋଖରୀରୁ ମିଳିଥିଲା । ପୋଲିସ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

12 + 7 =