Friday, October 30, 2026
Latestରାଜ୍ୟ

ସୁସ୍ଥ ହୋଇଥିବା କରୋନା ଯୋଦ୍ଧାଙ୍କୁ ଡିଜିପିଙ୍କ ସମ୍ବର୍ଦ୍ଧନା

ଭଦ୍ରକ() ଭଦ୍ରକ ଜିଲ୍ଲାରେ ପୋଲିସ୍ ଡିଜିଙ୍କ ସମୀକ୍ଷା ବୈଠକ। ମଙ୍ଗଳବାର ପୋଲିସ୍ ଡିଜି ଅଭୟ ଜିଲ୍ଲା ପୋଲିସ୍ କାର୍ୟ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ପୂର୍ବାଞ୍ଚଳ ଆଇଜି ଏବଂ ଭଦ୍ରକ ଏସପିଙ୍କ ସହ ଜିଲ୍ଲାର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର କ୍ରାଇମ୍ କଣ୍ଟ୍ରୋଲ, ସାଇବର କ୍ରାଇମ୍‌ ଅନ୍ୟାନ୍ୟ ବିଷୟରେ ସମୀକ୍ଷା କରିଛନ୍ତି । କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା କରୋନା ଯୋଦ୍ଧାଙ୍କୁ ଡିଜିପି ସମ୍ବର୍ଦ୍ଧିତ କରିଛନ୍ତି। ଭଦ୍ରକ ପୋଲିସର କାର୍ୟ୍ୟକାରିତା ଉପରେ ସନ୍ତୁଷ୍ଟ ଥିବା ଡିଜିପି କହିଛନ୍ତି ।

ତେବେ ଜିଲ୍ଲାର ପ୍ରାୟ ୪୫ରୁ ଅଧିକ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇଥିବା ବେଳେ ଅଧିକାଂଶ ସୁସ୍ଥ ହୋଇ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ କିଛି ପୂନର୍ବାର ଡ୍ୟୁଟିରେ ମଧ୍ୟ ଯୋଗ ଦେଇଛନ୍ତି। ତେବେ ଜିଲ୍ଲା ପୋଲିସ ତରଫରୁ ୪୦ ଶଯ୍ୟା ବିଶିଷ୍ଠ ସ୍ଵତନ୍ତ୍ର କୋଭିଡ କେୟାର ସେଣ୍ଟର କାର୍ୟ୍ୟକାରୀ କରାଯାଇଛି । ଯେଉଁଥିରେ ସଂକ୍ରମିତ ପୋଲିସ କର୍ମଚାରୀଙ୍କ ଚିକିତ୍ସା କରାଯାଉଛି। ତେବେ ପ୍ରତ୍ୟେକ ସପ୍ତାହରେ ପୋଲିସ କର୍ମଚାରୀଙ୍କ ସହ କରୋନା ସଚେତନତା ପାଇଁ ବୈଠକ ମଧ୍ୟ ଆୟୋଜିତ ହେଉଥିବା କହିଛନ୍ତି ଭଦ୍ରକ ଏସପି ରାଜେଶ ପଣ୍ଡିତ ।

Share

Leave a Reply

Your email address will not be published. Required fields are marked *

eight − six =