ମାଓ ଦମନ ପାଇଁ ରଣନୀତି ପ୍ରସ୍ତୁତ

ମାଲକାନଗିରି ()  ଲାଲଗଡରେ ଡିଜିପି ଅଭୟ । ମାଲକାନଗିରିର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ପହଞ୍ଚିଲେ ଡିଜିପି ଅଭୟ କୁମାର। ଗୋରୋସେତୁ ବିଏସଏଫ କ୍ୟାମ୍ପରେ ଡିଜିପିଙ୍କ ଏହା ପ୍ରଥମ ଗସ୍ତ । ତାଙ୍କ ସହିତ ମାଲକାନଗିରିର ଏସପି ଋଷିକେଶ ଖିଲାରୀ ଉପସ୍ଥିତ ରହିଛନ୍ତି ।

ଲାଲଗଡରେ ଅଭୟବିଏସଏଫ କ୍ୟାମ୍ପରେ ଉଚ୍ଚପଦସ୍ତ ଅଧିକାରୀଙ୍କ ସହିତ ଅଭୟ ମିଳିତ ବୈଠକ କରିଛନ୍ତି । ମାଓବାଦୀଙ୍କୁ କିଭଳି ଦମନ କରାଯିବ ଏବଂ କେମିତି ସ୍ବାଭିମାନ ଅଞ୍ଚଳର ଲୋକଙ୍କୁ ମାଓବାଦୀଙ୍କ କବଳରୁ ସୁରକ୍ଷା ଦିଆଯାଇ ପାରିବ ସେଥିପାଇଁ ଏକ ରଣନୀତି ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଅଞ୍ଚଳର ବିକାଶ ଦିଗକୁ ମଧ୍ୟ ଦୃଷ୍ଟି ଦେଇଛନ୍ତି ଡିଜିପି ଅଭୟ କୁମାର ।ଆଜି ଡିଜିପି ଗୋରାସେତୁକୁ ଆସିଥିବା ବେଳେ ଗତକାଲି(ଶନିବାର) ସ୍ବାଭିମାନ ଅଞ୍ଚଳ ଆକାଶରେ ପଇଁତରା ମାରିଥିଲା ବାୟୁସେନାର ଲଢୁଆ ବିମାନ । ବାୟୁସେନାର ହେଲିକପ୍ଟର ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଗୁରାସେତୁ ଆକାଶ ମାର୍ଗରୁ ସୁରକ୍ଷା ଯାଞ୍ଚ କରିଥିଲା ।

Share

Leave a Reply

Your email address will not be published. Required fields are marked *

3 × 4 =