ରାଜ୍ୟରୁ ଗୋଟେଦିନରେ ନୂତନ ୮୫୩ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୯, ବାଲେଶ୍ୱର ୪୬,ବରଗଡ ୧୨, ଭଦ୍ରକ ୧୮, ବଲାଙ୍ଗୀର ୨, କଟକ ୧୪୦, ଦେଓଗଡ ୧୩, ଢେଙ୍କାନାଳ ୧୦, ଗଜପତି ୧, ଗଞ୍ଜାମ ୧୧, ଜଗତସିଂହପୁର ୩୨, ଯାଜପୁର ୩୩, ଝାରସୁଗୁଡା ୨, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୧, କେନ୍ଦୁଝର ୧୬, ଖୋର୍ଦ୍ଧା ୨୮୬, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୨୧, ନୟାଗଡ ୨୨, ପୁରୀ ୩୫, ରାୟଗଡା ୪, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୨, ଷ୍ଟେଟ ପୁଲରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × four =