Friday, October 30, 2026
Latestରାଜ୍ୟ

ଆଜି ରାଜ୍ୟରେ ୭୫୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୭୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୪୩୮ ଓ ସ୍ଥାନୀୟ ସଂକ୍ରମିତ ୩୧୬ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୦୮ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୧୬, ବାଲେଶ୍ୱର ୪୩, ବରଗଡ ୧, ଭଦ୍ରକ ୭, ବଲାଙ୍ଗିର ୪, ବଉଦ ୩ ଓ କଟକରୁ ୧୧୦ ଜଣ ଚିହ୍ନଟ ହୋଇଛନ୍ତି। ଦେବଗଡ ଜିଲାରୁ ୯, ଢେଙ୍କାନାଳ ୯, ଗଞ୍ଜାମ ୪, ଜଗତସିଂହପୁର ୨୫, ଯାଜପୁର ୨୮, ଝାରସୁଗୁଡା ୧, କଳାହାଣ୍ଡିରୁ ୨ ଚିହ୍ନଟ ହୋଇଛନ୍ତି। ସେହିଭଳି କନ୍ଧମାଳରୁ ୧, କେନ୍ଦ୍ରାପଡା ୧୯, କେନ୍ଦୁଝର ୧୬, ଖୋର୍ଦ୍ଧାରୁ ୨୬୧ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ କୋରାପୁଟ ୬, ମାଲକାନଗିରି ୯, ମୟୁରଭଞ୍ଜ ୨୩, ନବରଙ୍ଗପୁର ୨, ନୂଆପଡା ୭, ପୁରୀରୁ ୨୮ ଚିହ୍ନଟ ହୋଇଛନ୍ତି। ରାଜ୍ୟର ରାୟଗଡା ଜିଲାରେ ୯, ସମ୍ବଲପୁର ୧୩, ସୁନ୍ଦରଗଡ ୨୬ ଓ ଷ୍ଟେଟପୁଲରୁ ୫୯ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୬୬୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ରାଜ୍ୟରେ ସଂପ୍ରତି ୭୨୪୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × one =