Friday, October 30, 2026
Latestରାଜ୍ୟ

ଆର୍ଥିକ ବର୍ଷ ସରିବାକୁ ବସିଛି, କେନ୍ଦ୍ରୀୟ ସହାୟତା ମିଳୁନି

ନୂଆଦିଲ୍ଲୀ () 2018-19 ଆର୍ଥିକ ବର୍ଷ ସରିବାକୁ ବସିଲାଣି । ଆଉ ମାତ୍ର ମାସେ ରହିଲା । ଏଯାଏଁ କିନ୍ତୁ ବିଭିନ୍ନ ଯୋଜନା ବାବାଦରେ 6400 କୋଟି ଟଙ୍କା ଅନୁଦାନ ରାଜ୍ୟକୁ ମିଳିନି । ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ରୀୟ ସହାୟତାର ସମୀକ୍ଷା କରିବା ଅବସରରେ ଏହି ତଥ୍ୟ ପଦାକୁ ଆସିଛି ।

ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ବାବଦରେ ହଜାରେ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡିଥିବା ବେଳେ ସ୍ବାସ୍ଥ୍ୟ ସେବାରେ 375 କୋଟି ଟଙ୍କା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 400 କୋଟି ଟଙ୍କା ଏବଂ କୃଷି କେନ୍ଦ୍ରରେ 650 କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡିଛି ।

ରାଜ୍ୟରେ ପାନୀୟ ଜଳ ଯୋଗାଣରେ ରାଜ୍ୟ ସରକାର ନିଜସ୍ବ ବଜେଟରୁ 3ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କେନ୍ଦ୍ର ସରକାର ପାନୀୟ ଜଳ ଯୋଗାଣ ପାଇଁ 180 କୋଟି ଟଙ୍କା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ବି ବର୍ତ୍ତମାନ ସୁଦ୍ଧା ମାତ୍ର 80 କୋଟି ଟଙ୍କା ରିଲିଜ ହୋଇଛି । ସେହିଭଳି ସ୍ମାର୍ଟ ସିଟି ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ 200 କୋଟି ଟଙ୍କାରୁ ମାତ୍ର 6 କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ।

ଆଉ ମାତ୍ର ମାସକ ପରେ ଆର୍ଥିକ ବର୍ଷ ସରିଯିବ । ରାଜ୍ୟ ସରକାର ମଧ୍ୟ ଆସନ୍ତା ଫେବୃଆରୀ 7ରେ 2019-20 ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ କାମଚଳା ବଜେଟ ଆଣିବେ । ଏଭଳିସ୍ଥିତିରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଅନୁଦାନ ଏବଂ ବିଭିନ୍ନ ଯୋଜନାରେ କେନ୍ଦ୍ର ଅଂଶଦାନ ପ୍ରଦାନ କରିବାରେ ଟାଳଟୁଳ ନୀତି ରାଜ୍ୟର ବିକାଶ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ।

Share

Leave a Reply

Your email address will not be published. Required fields are marked *

1 × 2 =