Thursday, October 29, 2026
Latestକ୍ରୀଡାରାଜ୍ୟ

ସୁନାପୁଅଙ୍କ ଲାଗି ୬ କୋଟି

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗବତଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲେ ରାଜ୍ୟ ସରକାର । ଏହାସହ ଗ୍ରୁପ୍-ଏ ଚାକିରି ମଧ୍ୟ ପ୍ରମୋଦଙ୍କୁ ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର। ଭୁବନେଶ୍ବର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ଓ ନିଯୁକ୍ତିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେ ବୋଲି ସୂଚନା ରହିଛି।

ନିକଟରେ ଜାପାନାର ଟୋକିଓରେ ଶେଷ ହୋଇଥିବା ପାରାଲିମ୍ପିକ୍ସ ୨୦୨୦ରେ ଚମକିଥିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ସେ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି। ପ୍ରଥମ ଭାରତୀୟ ଖେଳାଳି ଭାବେ ଅଲିମ୍ପିକ୍ସ କିମ୍ବା ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ପ୍ରମୋଦ। ୩୩ ବର୍ଷିୟ ପ୍ରମୋଦ ଗୋଲ୍ଡ ମେଡାଲ ଜିତି ରଚିଛନ୍ତି ଇତିହାସ।

Share

Leave a Reply

Your email address will not be published. Required fields are marked *

3 − 2 =