ଭୋର ୫ଟାରେ ବାଦାମବାଡ଼ି ବସଷ୍ଟାଣ୍ଡରେ 5ଟି ସଚିବ

କଟକ: କଟକରେ 5ଟି ସଚିବ । ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭି.କାର୍ତ୍ତିକେୟ ପାଣ୍ଡିଆନ । ଭୋର ପ୍ରାୟ ୫ଟା ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡ ବୁଲିଥିଲେ । ବାଦାମବାଡ଼ିକୁ ଉନ୍ନତମାନର ବସଷ୍ଟାଣ୍ଡରେ ପରିଣତ କରିବାକୁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଏହା ପରେ ଅନୁଗୁଳ ବସଷ୍ଟାଣ୍ଡ, ସେସୁ କାର୍ଯ୍ୟାଳୟ ପରିସରର ଜମି ବୁଲି ଦେଖିଥିଲେ ।

ସେହିପରି ଏସସିବି ସଂପ୍ରସାରଣ ପାଇଁ ରାଣୀହାଟ, ଯୋବ୍ରା ଅଞ୍ଚଳରେ ଚାଲିଥିବା କାମର ସମୀକ୍ଷା ମଧ୍ୟ କରିଥିଲେ । ମହାନଦୀ ବ୍ରିଜ ମୁଣ୍ଡରୁ ହାଡ଼ିଆପଠା ପର୍ଯ୍ୟନ୍ତ କାମର ଅଗ୍ରଗତି ସଂପର୍କରେ ଅଧିକାରୀଙ୍କଠୁ ପଚାରି ବୁଝିଥିଲେ । ଶେଷରେ ମ୍ୟାରିଟାଇମ ମ୍ୟୁଜିୟମ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସଚିବ । ଭୁବନେଶ୍ୱର ଫେରିବା ବାଟରେ ଖାନନଗର ବିଶ୍ୱନାଥ ପାଠାଗାର ଯାଇଥିଲେ ଭି.କାର୍ତ୍ତିକେୟ ପାଣ୍ଡିଆନ ।

Share

Leave a Reply

Your email address will not be published. Required fields are marked *

one + 12 =