ରାଜ୍ୟରେ ଆଉ ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୪୯ ନୂଆ କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସ୍କର ୭୦ ଜଣ ଅଛନ୍ତି । ସଙ୍ଗରୋଧରୁ ୩୧୮ ଓ ସ୍ଥାନୀୟ ଅଂଚଳରୁ ୨୩୧ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଓ କଟକ ଜିଲ୍ଲାରୁ ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୬, ମୟୂରଭଞ୍ଜରୁ ୧୩, ଯାଜପୁରରୁ ୧୩, ବାଲେଶ୍ୱରରୁ ୧୨, ନୟାଗଡରୁ ୧୦, ଜଗତସିଂହପୁରରୁ ୯, ପୁରୀରୁ ୯, ଦେବଗଡରୁ ୮, କେନ୍ଦ୍ରାପଡାରୁ ୭, ସୁନ୍ଦରଗଡରୁ ୭, ନୂଆପଡାରୁ ୬, ଢେଙ୍କାନାଳରୁ ୬, କଳାହାଣ୍ଡିରୁ ୪, ଭଦ୍ରକରୁ ୪, କୋରାପୁଟରୁ ୩, ଅନୁଗୁଳରୁ ୨, ବରଗଡରୁ ୨, ଝାରସୁଗୁଡାରୁ ୨, ବଲାଙ୍ଗୀରରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ସମେତ ୭ ଜିଲ୍ଲାରୁ କୌଣସି ନୂଆ ମାମଲା ଆସିନାହିଁ ।
ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୩୯ ହଜାର ୮୧୮ ଲୋକ କୋରୋନା ପଜିଟିଭ ହୋଇସାରିଛନ୍ତି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୨୬ ହଜାର ୭୭୪ । ୪ ହଜାର ୬୭୩ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

thirteen − three =