5-ଟି ଇଫେକ୍ଟ : ପ୍ରଶାସନିକ ବିଭାଗରେ ମିଶିଲା ନିର୍ଦ୍ଦେଶାଳୟ

ଭୁବନେଶ୍ବର () ନିର୍ଦ୍ଦେଶାଳୟ ଓ ବିଭାଗର ଏକୀକରଣକୁ ସରକାରୀ ମଂଜୁରୀ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ପ୍ରକ୍ରିୟାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ଏହି ଏକୀକରଣ ପ୍ରକ୍ରିୟାକୁ ଯଥାସମ୍ଭବ ତ୍ବରାନ୍ବିତ କରିବାକୁ କୁହାଯାଇଛି । ଏକୀକରଣ ପରେ ଏଣିକି ଉଭୟ ନିର୍ଦ୍ଦେଶାଳୟ ଓ ମୂଳ ବିଭାଗ ବା ପ୍ରଶାସନିକ ବିଭାଗ ପାଇଁ ଭିନ୍ନ ଭିନ୍ନ ଫାଇଲ ଯିବନି ।

ନିର୍ଦ୍ଦେଶାଳୟ ଓ ମୂଳ ବିଭାଗର ଏକୀକରଣ ପରେ ଏହା ମୂଳ ବା ପ୍ରଶାସନିକ ବିଭାଗରେ କିମ୍ବା ନିର୍ଦ୍ଦେଶାଳୟରେ କାର୍ଯ୍ୟ କରିବ ତାହା ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟରେ ଉପଲବ୍ଧ ସ୍ଥାନ ଆଧାରରେ ସେନେଇ ନିଷ୍ପତ୍ତି ନିଆଯିବ । ଏକୀକରଣ ପରେ ଓସୱାସରେ ଗୋଟିଏ ଫାଇଲ ପ୍ରକ୍ରିୟା ହେବ । ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯିବା ପ୍ରସ୍ତାବକୁ ଆଉ ପ୍ରଶାସନିକ ବିଭାଗରେ ପୁନଃଯାଞ୍ଚ କିମ୍ବା ପ୍ରଶାସନିକ ବିଭାଗ ଦ୍ବାରା ଆଉ ଥରେ ପ୍ରକ୍ରିୟା କରାଯିବାର ଆବଶ୍ୟକତା ନାହିଁ ।

ଏକୀକରଣ ପରେ ଉଭୟ କାର୍ଯ୍ୟାଳୟରେ ଥିବା ଅଫିସ ଏଷ୍ଟାବ୍ଲିସମେଣ୍ଟ, ଇସୁ ଓ ଆକାଉଣ୍ଟସ ଭଳି ବିଭାଗର ବ୍ୟବସ୍ଥିତ ଭାବେ ବଣ୍ଟନ କରାଯାଇବା ଆବଶ୍ୟକ । ଏକୀକୃତ ବିଭାଗରେ ଡିଡିଓ ଓ ଏଷ୍ଟାବ୍ଲିସମେଣ୍ଟ ଅଫିସରମାନଙ୍କର ଯୁକ୍ତିସଙ୍ଗତ ଭାବେ ଥଇଥାନ କରାଯିବା ଆବଶ୍ୟକ, ଯାହାଦ୍ବାରା ସରକାରୀ କାର୍ଯ୍ୟରେ ଦୋହରୀକରଣ ହେବନି ଏବଂ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଶେଷ ହୋଇପାରିବ । ଏକୀକରଣ ପରେ ବଳକା କର୍ମଚାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ଫେରାଇଦିଆଯିବ, ଯାହାଦ୍ବାରା ସେମାନଙ୍କୁ ଅନ୍ୟ ଖାଲି ସ୍ଥାନରେ ପୁନଃ ନିଯୁକ୍ତି ଦିଆଯିବ । ଏଥିସହିତ ଅର୍ଥ ବିଭାଗର ନିୟମାବଳୀ ଅନୁଯାୟୀ ତଳ ସ୍ତରର ଖାଲି ପଦବୀକୁ ଉଚ୍ଛେଦ କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।

ଏକୀକରଣ ପରେ ଉଭୟ ବିଭାଗର କର୍ମଚାରୀଙ୍କ ଗ୍ରେଡ, ପଦୋନ୍ନତି ଓ ଦରମାରେ କୌଣସି ପରିବର୍ତ୍ତନ ହେବନାହିଁ । ପଦୋନ୍ନତି, ମୃତ୍ୟୁ କିମ୍ବା ଇସ୍ତଫା ପରେ ନିର୍ଦ୍ଦେଶାଳୟରେ ଖାଲି ହେଉଥିବା ପଦବୀ ଉଚ୍ଛେଦ ହୋଇଯିବ । ତେବେ ଆବଶ୍ୟକ ସ୍ଥଳେ ଅର୍ଥ ବିଭାଗର ଅନୁମୋଦନରେ ସଚିବାଳୟ କମନ କ୍ୟାଡରରୁ ଏହିସବୁ ପଦବୀ ପୂରଣ ହେବ । ନିର୍ଦ୍ଦେଶାଳୟରେ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଜୁନିଅର ଆସିଷ୍ଟାଣ୍ଟ ପଦବୀରେ କୌଣସି ନିଯୁକ୍ତି ହେବନି । ଏଥିସହିତ ଏଣିକି ନିର୍ଦ୍ଦେଶାଳୟ ପାଇଁ ସ୍ବତନ୍ତ୍ର ବଜେଟ ହେନି । ପ୍ରଶାସନିକ ବିଭାଗ ଦ୍ବାରା ଏକୀକରଣ ବିଭାଗ ପାଇଁ ଗୋଟିଏ ବଜେଟ ପ୍ରସ୍ତୁତ ହେବ । ଏହା ଆସନ୍ତା ଆର୍ଥିକ ବର୍ଷରୁ ଲାଗି ହେବ ।

Share

Leave a Reply

Your email address will not be published. Required fields are marked *

4 × 2 =