୨୪ ଘଣ୍ଟାରେ ରାଜ୍ୟରେ ୩୦୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ କହିଛି । ସେମାନଙ୍କ ମଧ୍ୟରୁ ୧୭୭୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧୩୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଅନୁଗୁଳରୁ ୭୮, ବାଲେଶ୍ବରରୁ ୨୪୬, ବରଗଡରୁ ୩୬, ଭଦ୍ରକରୁ ୧୪୫, ବଲାଙ୍ଗୀରରୁ ୨୧, ବୌଦ୍ଧ ୩୫, କଟକରୁ ୪୬୨, ଦେବଗଡରୁ ୩, ଢେଙ୍କାନାଳରୁ ୯୫, ଗଜପତିରୁ ୧୬, ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୬୦, ଯାଜପୁରରୁ ୨୦୫, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୮ ଜଣ ସଂକ୍ରମିତ ରହିଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୭୦, କେଉଁଝରରୁ ୭୨, ଖୋର୍ଦ୍ଧାରୁ ୫୮୪, କୋରାପୁଟରୁ ୭୭, ମାଲକାନଗିରିରୁ ୮୪, ମୟୂରଭଞ୍ଜରୁ ୧୫୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୧୦, ନୂଆପଡାରୁ ୬, ପୁରୀରୁ ୧୮୯, ରାୟଗଡାରୁ ୨୧, ସମ୍ବଲପୁରରୁ ୩୧, ସୋନେପୁରରୁ ୨୪, ସୁନ୍ଦରଗଡରୁ ୫୯ ଓ ଷ୍ଟେଟ ପୁଲରୁ ୯୭ ଜଣ ସଂକ୍ରମିତ ରହିଛନ୍ତି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ମାମଲା ୯୧୨୮୮୭କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୭୭୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୧୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି । ଏବେ ସୁଦ୍ଧା ୧୩୮୩୩୮୭୦ଟି କରୋନା ନମୁନା ସଂଗ୍ରହ ହୋଇସାରିଛି ।

Share

Leave a Reply

Your email address will not be published. Required fields are marked *

two × 4 =