ଜବତହେଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

ଭୁବନେଶ୍ୱର: ଲମତାପୁଟରୁ ରାଜସ୍ଥାନ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡ଼ିବସିଲା ପାଡ଼ୁଆ ପୋଲିସ । କାର ଏବଂ ଟ୍ରକରୁ ପ୍ରାୟ ଅଢେଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ଗଞ୍ଜେଇର ମୁଲ୍ୟ ୩୦ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ପଡୁଆ ଥାନା ଅଧିକାରୀ ହାଣ୍ଡିପୁଟ ଛକ ନିକଟରେ ନାକା ବନ୍ଦୀ କରିଥିଲେ । ଲମତାପୁଟ ଅଞ୍ଚଳ ରୁ ଦୃତ ଗତିରେ ଆସୁଥିବା କାର ଏବଂ ଟ୍ରକକୁ ପୋଲିସ ଅଟକାଇ ଥିଲା । ଅନ୍ଧାର ଏବଂ ବର୍ଷାର ସୁଯୋଗ ନେଇ ଗାଡି ଛାଡି ଜଙ୍ଗଲ ଭିତରକୁ ମାଫିଆମାନେ ଚମ୍ପଟ ମାରିଥିଲେ ।

ଗାଡ଼ି ଯାଞ୍ଚ କରିବାରୁ କାର ଭିତରୁ ୫୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଟ୍ରକ୍ କୁ ମାଫିଆ ଛାଡି ଚାଲିଯିବାରୁ ଏବଂ ବାହାର ରାଜ୍ୟର ନମ୍ବର ଲାଗି ଥିବା ଯୋଗୁଁ ଗାଡ଼ିକୁ ତନ ତନ କରି ପୋଲିସ ଯାଞ୍ଚ କରିଥିଲା । ଟ୍ରକ୍ ରେ ସ୍ଵତନ୍ତ୍ର ଚାମ୍ବର ରୁ ପ୍ରାୟ ଅଢେ଼ଇ କ୍ଵିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଉଭୟ ଗାଡିରୁ ୧୩ଟି ବସ୍ତାରେ ୩ କ୍ଵିଣ୍ଟାଲ ଗଞ୍ଜେଇ ଥିଲା । ଏହାର ମୂଲ୍ୟ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କା ହେବ ହେବବୋଲି ପୋଲିସ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

two × 1 =