ବାତିଲ୍ ହେଲା ଯୁକ୍ତ ୨ ପରୀକ୍ଷା

ଭୁବନେଶ୍ୱର : ବାତିଲ ହେଲା ଯୁକ୍ତ ୨ପରୀକ୍ଷା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କରୋନାକୁ ଦୃଷ୍ଟରେ ରଖି ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ପିଲାଙ୍କ ଜୀବନ ଆଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତି ସୃଷ୍ଟି କରିଥିବା ବେଳେ ପ୍ରତିଟି ଜୀବନର ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ସବୁଠୁ ପ୍ରାଥମିକତା ପାଲଟିଛି। ଏଭଳି ସ୍ଥଳେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଆଗ, ବାକି ସବୁ ପଛ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

Share

Leave a Reply

Your email address will not be published. Required fields are marked *

four × one =