୪୦ମିନିଟ୍ ରେ ଜଳିଗଲା ୪୦ଦିନର କାର୍

୪୦ମିନିଟ୍ ରେ ଜଳିଗଲା ୪୦ଦିନର କାର୍ । ଗାଡ଼ିର ତେଲ ଟାଙ୍କିରେ ଲାଗିଗଲା ନିଆଁ, ଏକସଙ୍ଗେ ଜଳିଗଲା ଦୁଇଟି କାର୍ । ଭୁବନେଶ୍ବର ନୀଳାଦ୍ରି ବିହାର ଅଞ୍ଚଳରେ ରାତି ୩ଟା ସମୟରେ ଘଟିଛି ଏଭଳି ଘଟଣା । ନିଆଁ ଲାଗି ଦୁଇଟି କାର୍ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ସ୍ଥାନୀୟ ଲୋକେ ଏବଂ କାର୍ ମାଲିକ ଏ ନେଇ ଚନ୍ଦ୍ରଶେଖରପୁର ଥାନା ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସ୍ଥାନୀୟ ପୋଲିସ ଏବଂ ଦୁଇଟି ଦମକଳ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି । ନୀଳାଦ୍ରି ବିହାରର ଏହି ଅଞ୍ଚଳରେ ବାରମ୍ବାର ଗାଡ଼ିରେ ନିଆଁ ଲାଗିଥିବା କହିଛନ୍ତି କିଛି ବାସିନ୍ଦା । ଏହି ଘଟଣାର ତଦନ୍ତ କରି ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି କାର୍ ମାଲିକ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 5 =