Friday, October 30, 2026
Latestରାଜ୍ୟ

ହୋମଗାର୍ଡଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖନ୍ତାପଡ଼ା ଥାନା ଏଏସ ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର । ଏକ ମାମଲା ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସେମାନଙ୍କୁ ଧରିଛି ଭିଜିଲାନ୍ସ।

ଖନ୍ତାପଡ଼ା ଥାନା ପୋଲିସ କିଛି ଦିନ ତଳେ ଏକ ପଥର ଗାଡି ଧରିବା ସହିତ ଗାଡି ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗାଡିର ମାଲିକ ହେଉଛନ୍ତି ରେମୁଣା ବ୍ଲକ ମେଣ୍ଡରା ଅଞ୍ଚଳର। ସେ ଗାଡ଼ି ନେବା ପାଇଁ କୋର୍ଟ ଅର୍ଡର ଆଣିଥିଲେ ମଧ୍ୟ ଥାନା ଏଏସଆଇ ରତିକାନ୍ତ ଦାସ ଗାଡ଼ି ଛାଡ଼ିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ହେଲେ ଗାଡ଼ି ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ସୂଚନା ଅନୁସାରେ ଗାଡ଼ି ମାଲିକ ୨୦ହଜାର ଟଙ୍କା ଏଏସଆଇ ରତିକାନ୍ତଙ୍କୁ ଦେଉଥିବା ବେଳେ ସେ ହୋମଗାର୍ଡ ଶଶିକାନ୍ତଙ୍କୁ ଦେବା ପାଇଁ କହିଥିଲେ। ଭିଜିଲାନ୍ସ ଖନ୍ତାପଡ଼ା ଥାନାରେ ପହଞ୍ଚି ଚଢ଼ଉ କରିବା ପରେ ଟଙ୍କା ସହିତ ଏଏସଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ହେପାଜତକୁ ନେଇଛି ।

Share

Leave a Reply

Your email address will not be published. Required fields are marked *

five × one =