ହସ୍ପିଟାଲରୁ ନବଜାତ ଶିଶୁ ନିଖୋଜ

ନୟଗଡ: ନୟାଗଡ ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ନବଜାତ ଶିଶୁ ପୁତ୍ର ନିଖୋଜ ଅଭିଯୋଗ। ନିଖୋଜ ଶିଶୁ ପୁତ୍ରକୁ ନପାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉଭୟ ବାପା ଓ ମାଆ। ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁ ଏବଂ ତାଙ୍କ ପତ୍ନୀ ଜଲି ସ୍ୱାଇଁ ନୟାଗଡ ଜିଲା ହସ୍ପିଟାଲକୁ ଆସିଥିଲେ । ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ଜନ୍ମପରେ କାର୍ୟ୍ୟରତ ଆଶା ଦିଦି ଓ ନର୍ସ ତାଙ୍କ ପୁଅକୁ ଟିକା ଖୁଆଇବା ପାଇଁ କହି କୁଆଡେ ନେଇଯାଇ ଥିବା ଅଭିଯୋଗ ହୋଇଛି।
ନୟାଗଡ ପୋଲିସ ନିଖୋଜ ଶିଶୁ ପୁତ୍ରର ବାପା ଓ ମାଙ୍କୁ ନେଇ ଥାନାରେ ବସାଇ ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୋଗ ଆସିନାହିଁ ବୋଲି ନୟାଗଡ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ। ଦଶପଲା ବ୍ଲକ ଯାଇଥିବା ବେଳେ ସେଠାରେ ଏହି ଖବର ଶୁଣିବାକୁ ପାଇଥିଲେ । ଏହି ଘଟଣାର ତଦନ୍ତ କରିବା ସହ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଏବେ ବି ଶିଶୁ ପୁତ୍ର ନିଖୋଜ ଅଛି।

Share

Leave a Reply

Your email address will not be published. Required fields are marked *

eighteen + 10 =