ରାଜ୍ୟ

ହରିହର ଯୋର ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ହରିହର ଯୋର ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହରିହର ଯୋର ଡ୍ୟାମର ୪ଟି ଗେଟ୍ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହରିହରଯୋର ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ।

ଡ୍ୟାମ ର ଜଳ ଧାରଣ କ୍ଷମତା ୧୪୭.୫୦ ମିଲିମିଟର ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ତାହା ୧୪୭.୪୫ ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଡ୍ୟାମର ବେସ ଲେଭେଲ ୧୪୧.୪୫ ମିଟର ରହିଥିବାବେଳେ ବର୍ତ୍ତମାନ ଡ୍ୟାମକୁ ୧୮୩୦ କ୍ଯୁସେକ ଜଳ ପ୍ରବେଶ କରୁଥିବା ଜଣାପଡିଛି । ଡ୍ୟାମ ଭିତରକୁ ଇନଫ୍ଲୋ ଅଧିକ ରହିଥିବାରୁ ବର୍ତ୍ତମାନ ୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ବର୍ତ୍ତମାନ ଡ୍ୟାମକୁ ପ୍ରତି ସେକେଣ୍ଡରେ ପ୍ରାୟ ୧୮୩୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ଜଣାପଡ଼ିଛି। ଜଳ ପ୍ରବାହ ଅଧିକ ରହିଥିବାରୁ ଡ୍ୟାମର ୪ଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ବାହାର କରାଯାଉଛି । ଡ୍ୟାମ କର୍ତ୍ତୃପକ୍ଷ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଅଧିକ ବର୍ଷା ହେଲେ ଜଳସ୍ତର ଆହୁରି ବଢ଼ିପାରେ, ତେଣୁ ନିକଟବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

five + 13 =