ସୃଷ୍ଟି ହେଲା ଲଘୁଚାପ

ରାଜ୍ୟରୁ ଏବେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଭାବେ ଫେରିଯାଇଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦେଶରୁ ବିଦାୟ ନେବାର ସମ୍ଭାବନା ରହିଛି । । ଆସନ୍ତା ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ସେହିପରି ୨୫ ତାରିଖରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ବାୟୁମଣ୍ଡଳ ୭.୬ କି.ମି ପର୍ଯ୍ୟନ୍ତ ଏହି ଘୂର୍ଣ୍ଣିବଳୟ ବ୍ୟାପିଥିବା ଦେଖାଯାଇଛି । ୨୪ରୁ ୨୫ ତାରିଖ ମଧ୍ୟରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିବ । ଏହି ସମୟରେ ରାଜ୍ୟର ଉପକୂଳରେ ବର୍ଷାର ସ୍ଥିତି ବୃଦ୍ଧି ପାଇବ ।

୨୪ ତାରିଖରେ ରାଜ୍ୟର ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୫ରେ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ ତଟବର୍ତ୍ତୀ ଅଞ୍ଚଳରେ ୭୦ କିମି. ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି ।

ତେବେ ଓଡ଼ିଶା ପାଇଁ ବାତ୍ୟା ଭୟ ନଥିବା ଏସଆରସି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବର୍ଷା ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ୨୪ ଓ ୨୫ ତାରିଖ ବେଳକୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ ୮୦-୧୦୦ କି.ମି ହୋଇପାରେ । ରାଜ୍ୟରୁ ମୌସୁମୀ ବିଦାୟ ନେଇସାରିଥିବା ବେଳେ ଆଗକୁ କେବଳ ବର୍ଷା ଭୟ ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × five =