Friday, October 30, 2026
Latestରାଜ୍ୟ

ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିସନ୍ ଦାୟର କରିଛନ୍ତି ପ୍ରଶାନ୍ତ ଜଗଦ୍ଦେବ | ସ୍ବାସ୍ଥ୍ୟଗତ ଓ ଅନ୍ୟ କାରଣ ଦର୍ଶାଇ ଜାମିନ ପାଇଁ ସେ ସୁପ୍ରିମକୋର୍ଟରେ ଏହି ମାମଲା ଦାୟର କରିଛନ୍ତି ।

ସୂଚନାଯୋଗ୍ୟ, ମେ ୨୦ରେ ହାଇକୋର୍ଟ ଶ୍ରୀ ଜଗଦ୍ଦେବଙ୍କ ନିୟମିତ ଜାମିନ ଆବେଦନ ଜାମିନ ଖାରଜ କରିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶ୍ରୀ ଜଗଦ୍ଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା। ନିମ୍ନ ଅଦାଲତରେ ଜାମିନ ଖାରଜ ହେବାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏପ୍ରିଲ ୨୨ରେ ଶ୍ରୀ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି କରାଯାଇଥିଲା। ମୂଳ ଜାମିନ ଆବେଦନର ଚୂଡାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ତାଙ୍କ ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି କରାଯାଇଥିଲ। ଅନ୍ୟପକ୍ଷରେ ମେ ୪ରେ ଶ୍ରୀ ଜଗଦ୍ଦେବଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏକ ମେଡିକାଲ ବୋର୍ଡ ଦ୍ବାରା କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା ସିଡିଏମଓଙ୍କ ଅଧ୍ୟକ୍ଷତାରେ ଗଠିତ ମେଡିକାଲ ବୋର୍ଡ ମେ ୮ରେ ଏ ନେଇ ରିପୋର୍ଟ ଦେଇଥିଲା। ହାଇକୋର୍ଟରେ ମାମଲା ଶୁଣାଣି ସମୟରେ ଶ୍ରୀ ଜଗଦ୍ଦେବଙ୍କ ମେଡିକାଲ ରିପୋର୍ଟ ସହିତ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ତଥ୍ୟ ଦାଖଲ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

eighteen − 17 =