ସୁନାବେଶ ପାଇଁ ଅସମ୍ଭାଳ ଟ୍ରାଫିକ ଜାମ
ସୁନାବେଶ ପାଇଁ ଛୁଟୁଛି ପୁରୀକୁ ଭକ୍ତଙ୍କ ସୁଅ । ଭକ୍ତଙ୍କ ଆଗମନ ପାଇଁ ପ୍ରବଳ ଭିଡ଼ । ରାସ୍ତାରେ ନାହିଁ ନଥିବା ଭିଡ । ଅସମ୍ଭାଳ ଟ୍ରାଫିକ ପାଇଁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ୁଛି । ପ୍ରବଳ ଟ୍ରାଫିକକୁ ଦୃଷ୍ଟିରେ ରଖି କଣ୍ଟ୍ରୋଲ ରୁମରୁ ନିୟନ୍ତ୍ରଣ କରାଯାଉଛି । ପୋଲିସ କଣ୍ଟ୍ରୋଲ ରୁମରୁ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ପୋଲିସ ଡିଜି । କଣ୍ଟ୍ରୋଲ ରୁମରୁ ଟ୍ରାଫିକ ନେଇ ବିକଳ୍ପ ଆଲୋଚନା କରିଛନ୍ତି ଡିଜିପି । ଏନେଇ ସିନିୟର୍ ଅଫିସିଆଲଙ୍କ ସହ ଆଲୋଚନା ଚାଲିଛି । ଅସମ୍ଭାଳ ଟ୍ରାଫିକ ଦେଖି ଟ୍ରାଫିକ ଅପଡେଟ ଅନୁକରଣ ପାଇଁ ବିଭିନ LED ଜରିଆରେ ଅପଡେଟ ସହ ସୋସିଆଲ ମିଡିଆରେ ଅପଡେଟ କରାଯାଉଛି
ଆଡଭାଇଜରି ଅନୁଯାୟୀ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାନବାହନର ପ୍ରବାହ କ୍ରମାଗତ ଭାବେ ବଢ଼ୁଛି। ପରିସ୍ଥିତିକୁ ନିୟନ୍ତ୍ରଣ ଓ ଟ୍ରାଫିକ ଜାମ ଏଡ଼ାଇବା ପାଇଁ ସମସ୍ତ ଯାନବାହନକୁ ତାଳବଣିଆ ଆକ୍ସିସ୍ ଆଡ଼କୁ ଡାଇଭର୍ଟ କରାଯାଉଛି । ସେହିପରି ମାଲତୀପାଟପୁରରେ ବର୍ତ୍ତମାନ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ଏବଂ ଯାନବାହନର ଚାପ ଆହୁରି ବଢ଼ିଲେ ଏହି ଅପେକ୍ଷା ସମୟ ଆହୁରି ବୃଦ୍ଧି ପାଇପାରେ ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛି । ଓଡ଼ିଶା ପୋଲିସ ଭକ୍ତ ଓ ଯାତ୍ରୀମାନଙ୍କୁ ଧୈର୍ଯ୍ୟର ସହ ଯାତ୍ରା କରିବା ସହ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୋଲିସ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସୁରକ୍ଷିତ ଓ ସୁଶୃଙ୍ଖଳ ଯାତ୍ରା ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

