ଶିମିଳିପାଳ ଅଭୟାରଣ୍ୟରୁ ୪ ବନ୍ୟଜନ୍ତୁ ଶିକାରୀ ଗିରଫ

ଗିରଫ ହେଲେ ଶିକାରୀ | ବନବିଭାଗକୁ ମିଳିଲା ସଫଳତା | ଶିମିଳିପାଳ ଅଭୟାରଣ୍ୟରୁ ୪ ବନ୍ୟଜନ୍ତୁମାନଙ୍କୁ ଶିକାର କରୁଥିବା ଶିକାରୀ ଗିରଫ ହୋଇଛନ୍ତି । ଗୁରୁବାର ରାତିରେ ବନବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୪ ଜଣ ଶିକାରୀଙ୍କୁ ଗିରଫ କରିଥିଲା । ଶିକାରୀଙ୍କ ନିକଟରୁ ୧୨ କେଜି ହରିଣ ମାଂସ, ୩ଟି ବନ୍ଧୁକ ସହିତ ଗୋଟିଏ ବାଇକ୍ ଜବତ କରିଛି ବନ ବିଭାଗ ।

ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ବନଖଣ୍ଡ କେନ୍ଦୁମୁଣ୍ଡି ରେଞ୍ଜ ଅଧୀନରେ ଥିବା ଡବ୍ଲୁଡି ୮ ଏବଂ ଡବ୍ଲୁଡି ୧୦ରୁ ଏମାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ କରଞ୍ଜିଆ ବ୍ଲକ୍ ପାହାଡପୁର, ରାମଯୋଡ଼ି ଓ ବୁରୁଡ଼ିହି ଗାଁର ବାସୁଦେବ ନାୟକ, ସୁଦର୍ଶନ ନାୟକ, ଚକ୍ରଧର ଗାଗରାଇ ଓ କେରସେ ସିଂ ଖୁଣ୍ଟିଆ । ଗିରଫ ଶିକାରୀ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

1 × 5 =