ଶାରଳା ମନ୍ଦିରରେ ବାଣ ବିସ୍ଫୋରଣ: ୧୦ ଗୁରୁତର

ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ମା’ ଶାରଳାଙ୍କ ପୀଠରେ ଅଘଟଣ । ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହେଲା ବାଣ ବିସ୍ଫୋରଣ । ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ହୋଇଥିଲା ଏହି ବିସ୍ଫୋରଣ । ତେବେ ଅଘଟଣରେ ଜଣେ ପୋଲିସ କର୍ମଚାରୀ ଓ ଛୋଟ ପିଲାଙ୍କ ସମେତ ୧୦ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ମଣିଜଙ୍ଗା ମେଡ଼ିକାଲ ଓ ପରେ ଜଗତସିଂହପୁର ସ୍ଥାନାନ୍ତର କରାଯାଇଛି ।

ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, “ଶୁକ୍ରବାର ରାତିରେ ମା’ ଶାରଳାଙ୍କ ଚଳନ୍ତି ବିଗ୍ରହ ମନ୍ଦିରରୁ ବାହାରି ଚନ୍ଦନ ପୁଷ୍କରିଣୀ ଅଭିମୁଖେ ରାତ୍ରିଚାପ କରିବା ପାଇଁ ବିଜେ କରିଥିଲେ । ଶୁକ୍ରବାର ଦିନ ଶେଷ ଚାପ ଥିବାରୁ ୨୦ ଘେରା ମା’ଙ୍କୁ ବୁଲା ଯାଇଥିଲା । ଏହି ସମୟରେ ଚନ୍ଦନ ପୁଷ୍କରିଣୀର ଦକ୍ଷିଣ ପାର୍ଶ୍ଵରେ ବାଣ ଫୁଟା ଯାଇଥିଲା ।

ତେବେ ବାଣ ରଖାଯାଇଥିବା ସ୍ଥାନରେ ନିଆଁ ଲାଗିଯାଇଥିବାରୁ ହଠାତ ବିସ୍ଫୋରଣ ହୋଇଥିଲା । କିଏ କିଛି ବୁଝିବା ଆଗରୁ ସମସ୍ତ ବାଣ ଏକାଥରେ ଫୁଟିଥିଲା । ଫଳରେ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଛୋଟପିଲା ଓ ମହିଳାଙ୍କ ସମେତ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ।”

Share

Leave a Reply

Your email address will not be published. Required fields are marked *

11 + eighteen =