ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ବିଜେପି ବିଧାୟକଙ୍କ ପୁଅ

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି କର୍ଣ୍ଣାଟକ ବିଜେପି ବିଧାୟକଙ୍କ ପୁଅ । ତାଙ୍କ ଘରୁ ୬ କୋଟି ଟଙ୍କା ନଗଦ ଟଙ୍କା ମଧ୍ୟ ଜବତ ହୋଇଛି । ବିଜେପି ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ମଦଲଙ୍କ ଘରୁ ଏହି ନଗଦ ଟଙ୍କା ଜବତ କରିଛି ଲୋକାୟୁକ୍ତ ଟିମ୍ । ବିରୁପକ୍ଷପ୍ପା ସମ୍ପ୍ରତି ‘କର୍ଣ୍ଣାଟକ ସାବୁନ ଓ ଡିଟରଜେଣ୍ଟ ଲିମିଟେଡ (କେଏସଡିଏଲ)’ ର ଅଧ୍ୟକ୍ଷ ଅଛନ୍ତି । ତାଙ୍କ ପୁଅ ପ୍ରଶାନ୍ତ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ (ବିଡବ୍ଲୁଏସ୍ଏସବି)ର ମୁଖ୍ୟ ଆକାଉଣ୍ଟାଣ୍ଟ | ପୁଅ ଲାଞ୍ଚ ନେଇ ଧରାପଡ଼ିବା ପରେ ବିରୁପକ୍ଷପ୍ପା କେଏସଡିଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।

ବିଜେପି ବିଧାୟକ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଲୋକାୟୁକ୍ତ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ । ପ୍ରଶାନ୍ତଙ୍କୁ ବେଙ୍ଗାଲୁରୁସ୍ଥିତ ତାଙ୍କ ବାପାଙ୍କ କେଏସଡିଏଲ ଅଫିସରୁ ଗିରଫ କରାଯାଇଥିଲା।

ଲୋକାୟୁକ୍ତ ପୋଲିସର ସୂଚନାନୁସାରେ, ପ୍ରଶାନ୍ତ ସାବୁନ ଓ ଡିଟରଜେଣ୍ଟ ପାଇଁ କଞ୍ଚାମାଲ ଯୋଗାଣ ପାଇଁ ଟେଣ୍ଡର ଦେବାକୁ ଜଣେ ଠିକାଦାରଙ୍କୁ ୮୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଠିକାଦାର ଜଣକ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ । ଠିକାଦାର ଗୁରୁବାର ପ୍ରଶାନ୍ତଙ୍କୁ ୪୦ ଲକ୍ଷ ଟଙ୍କା ଦେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଲୋକାୟୁକ୍ତ ଅଧିକାରୀ ପ୍ରଶାନ୍ତଙ୍କୁ ଧରିଥିଲେ । ପ୍ରଶାନ୍ତଙ୍କ ବାପା ବିରୁପକ୍ଷପ୍ପା ହେଉଛନ୍ତି କର୍ଣ୍ଣାଟକର ଦାବନେଗେରେ ଜିଲ୍ଲା ଚନ୍ନାଗିରିର ବିଧାୟକ ତଥା କେ.ଏସ୍.ଡି.ଏଲ୍ ଅଧ୍ୟକ୍ଷ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 2 =