ରାଜ୍ୟରେ ବଢ଼ିଚାଲିଛି ଦୈନିକ କୋରୋନା ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୭୧ ଆକ୍ରାନ୍ତ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୪୭୧ ଓ ସ୍ଥାନୀୟ ଅଞ୍ଚଳରୁ ୩୩୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୭, କଟକରୁ ୧୧୯, ସୁନ୍ଦରଗଡ଼ରୁ ୮୦, ସମ୍ବଲପୁରରୁ ୩୦, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨୮ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ ୧୯, ଜଗତସିଂହପୁରରୁ ୧୮, ନୟାଗଡରୁ ୧୭, ବାଲେଶ୍ଵରରୁ ୧୧, ଭଦ୍ରକରୁ ୯, ଝାରସୁଗୁଡ଼ାରୁ ୯, ନୂଆପଡ଼ାରୁ ୯, ସୋନପୁରରୁ ୯, କଳାହାଣ୍ଡିରୁ ୮, କୋରାପୁଟରୁ ୬, ବଲାଙ୍ଗୀର, ଗଜପତି ଓ କେନ୍ଦୁଝର ଜିଲ୍ଲାରୁ ୫ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩, ରାୟଗଡ଼ାରୁ ୨, ବୈ।ଦ୍ଧରୁ ୨, ବରଗଡ, ଦେବଗଡ଼, କନ୍ଧମାଳ, ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୭୧ ମାମଲା ରିପୋର୍ଟ ହୋଇଛି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୯୬ ହଜାର ୧୩୨କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୮୨ ହଜାର ୬୯୦ । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ୪ ହଜାର ୨୬୨ ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − 6 =