ରାଜ୍ୟରେ ଆଜି୨୬୦୨ ପିଜଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୬୦୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୯୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୧୦୭ ହେଉଛି ଲୋକାଲ କେସ୍। ଖୋର୍ଦ୍ଧାରୁ ସର୍ବାଧିକ ୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ ଅନୁଗୋଳରୁ ୯୯, ବାଲେଶ୍ୱରରୁ ୧୬୪, ବରଗଡ଼ରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗିରରୁ ୫, ବୌଦ୍ଧରୁ ୨୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତସିଂହପୁରରୁ ୯୧, ଯାଜପୁରରୁ ୧୮୩, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୭୨, କୋରାପୁଟ, ମାଲକାନଗିରିରୁ ୩୨ ଲେଖାଏ ଚିହ୍ନଟ ହୋଇଛନ୍ତି।
ଏହାବାଦ ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୮, ନୟାଗଡ଼ରୁ ୬୨, ନୂଆପଡ଼ାରୁ ୫, ପୁରୀରୁ ୧୭୪, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୬୪ ଓ ଷ୍ଟେଟପୁଲରୁ ୧୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × 4 =