ରାଜ୍ୟ

ରବିବାର ବ୍ୟାଙ୍କ ଖୋଲା, କରିନିଅ କାମ

ଆଜି ରବିବାର ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ଖୋଲା ରହିଛି । ଆସନ୍ତାକାଲିଠାରୁ ତିନି ଦିନ ପାଇଁ ସରକାରୀ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ୧୨ଟି ବ୍ୟାଙ୍କର ସାଢେ ୭ ଲକ୍ଷ କର୍ମଚାରୀ ୫ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ଦାବିରେ ଧର୍ମଘଟକୁ ଓହ୍ଲାଇବେ । ଏହାକୁ ନଜରରେ ରଖି ଆଜି ରବିବାର ସତ୍ବେ ବ୍ୟାଙ୍କ ଖୋଲା ରହିଛି । ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁରୋଧ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ରବିବାର ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଖୋଲା ରହିବ । ଯେହେତୁ ଘରୋଇ ବ୍ୟାଙ୍କଗୁଡ଼ିକ ଧର୍ମଘଟରେ ଅଂଶଗ୍ରହଣ କରୁନାହାଁନ୍ତି, ତେଣୁ ଆଜି ସେମାନେ ବନ୍ଦ ରହିବାର ସମ୍ଭାବନା ଅଛି । ତଥାପି, ଘରୋଇ ବ୍ୟାଙ୍କ ଗ୍ରାହକମାନେ ଆଜିର ଛୁଟିଦିନର ସ୍ଥିତି ଜାଣିବା ପାଇଁ ସେମାନଙ୍କ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

four × 4 =