ମାଡ଼ରେ ଚାଲିଗଲା ଜୀବନ!

ଗତକାଲି ସନ୍ଧ୍ୟାରେ ଶଙ୍ଖାରିଢ଼ିହ ବଜାରରେ କୌଣସି କାରଣକୁ ନେଇ ସନାତନଙ୍କ ସହିତ ଜେଲ୍ରୁ ଫେରିଥିବା ଧର୍ମଶାଳା ଅଞ୍ଚଳର ଗିରି ମଣ୍ଡଳଙ୍କର ବଚସା ହୋଇଥିଲା। ଏହି ସମୟରେ ଗିରି ତାଙ୍କ ତଳିପେଟକୁ ଗୋଇଠା ମାରିଥିଲା। ଏହାପରେ ସନାତନ ଘରକୁ ପଳାଇ ଆସିଥିଲେ। ତେବେ ଘରେ ତାଙ୍କର ରକ୍ତ ବାନ୍ତି ହୋଇଥିଲା। ଧର୍ମଶାଳା ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହାକୁ ନେଇ ଆଜି ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଶଙ୍ଖାରିଢ଼ିହଠାରେ ୧୬ ନମ୍ୱର ଜାତୀୟ ରାଜପଥରେ ଅବରୋଧ କରିଥିଲେ। ସେମାନେ ସନାତନଙ୍କ ମୃତଦେହ ରଖି ଓ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।ଅଭିଯୁକ୍ତକୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସେମାନେ ପ୍ରାୟ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ଆସି ବୁଝାଇବା ପରେ ରାସ୍ତାରୋକ ହଟିଥିଲା।

Share

Leave a Reply

Your email address will not be published. Required fields are marked *

2 × three =