ମହିଳା ଥାନାରେ ହ୍ୟୁମାନ

ଥାନାରେ ପହଞ୍ଚିଲେ ହ୍ୟୁମାନ ସାଗର । କଟକ ମହିଳା ଥାନାରେ ପହଞ୍ଚିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ସୂଚନାମୁତାବକ ବିବାଦ ଘେରରେ ଓଲିଉଡର ଆଗ ଧାଡିର ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ।ଅଭିଯୋଗ ପତ୍ରରେ ତାଙ୍କ ସ୍ତ୍ରୀ ଲେଖିଛନ୍ତି ଯେ ହ୍ୟୁମାନ ମଦ୍ୟପାନ କରି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଅନ୍ତି । ଏହା ସହିତ କିଛି ଲୋକ ଏହା ମତ ରଖିଛନ୍ତି ଯେ ଏହି ଦମ୍ପତିଙ୍କ ମଧ୍ୟରେ ବହୁ ଦିନ ହେବ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଥାନାରେ ଉପସ୍ଥିତ ହେବେ ବୋଲି ତାଙ୍କୁ ନୋଟିସ ଦିଆଯାଇଛି ।ତେବେ ଆଜି ସେ ଥାନାର ଦ୍ୱାରସ୍ତ ହେଇଛନ୍ତି ।

ପ୍ରଥମେ ପୃଥକ ପୃଥକ ଭାବେ କାଉନସିଂଲିଙ୍ଗ କରାଯିବ । ଏହି ଯୋଡିଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛନ୍ତି । ଯାହା ସୂଚନା ରହିଛି ଏହି ଯୋଡି ପ୍ରେମ ବିବାହ କରିଥିଲେ । ତାଙ୍କ ସ୍ତ୍ରୀ ମଧ୍ୟ ଜଣେ କଣ୍ଠଶିଳ୍ପୀ । ତେଣୁ ସେ ଆଣିଥିବା ଅଭିଯୋଗ ସତ୍ୟ କି ନାହିଁ ତାହାର ମହିଳା ଥାନା ଯାଞ୍ଚ କରିବା ପରେ ଏହାର ସତ୍ୟାସତ ଆଗକୁ ଆସିବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

8 + 13 =