ମଶା ମୁକାବିଲା ପାଇଁ ବ୍ୟବହାର ହେଲା ଡ୍ରୋନ

ରାଜଧାନୀରେ ମଶାଙ୍କ ମୁକାବିଲା ପାଇଁ ବିଏମସି ନେଇଛି ନୂଆ ପଦକ୍ଷେପ । ଏଥିପାଇଁ କୋଲକାତା ମଡେଲ ଆପଣାଇଛି ବିଏମସି । ମଶା ବଂଶ ନିପାତ ପାଇଁ ପ୍ରଥମ ଥର ବ୍ୟବହାର ହେଲା ଡ୍ରୋନ୍ । ମଶାଙ୍କ ବଂଶ ବୃଦ୍ଧିକୁ ରୋକିବାକୁ ଅଣ୍ଟା ଭିଡ଼ିଛି ବିଏମସି । ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବାକୁ ବ୍ୟାପକ କରାଯାଇଛି । ୯ଟି ଟିଫା ମେସିନ ସମେତ ବୁଦା ସଫା କରିବା ଟିମ ସଂଖ୍ୟାକୁ ବୃଦ୍ଧି କରାଯାଇଛି ।

ଟିଫା ମେସିନ ଯାଇପାରୁନଥିବା ଅଞ୍ଚଳକୁ ଚିହ୍ନଟ କରି ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରିବାକୁ କୋଲକାତାର ଏକ ଘରୋଇ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କରିଛି ବିଏମସି । ଆଜି ୧୪ନମ୍ବର ଓ୍ବାର୍ଡ ଅନ୍ତର୍ଗତ ନିଳାଦ୍ରୀବିହାର ଅଞ୍ଚଳରୁ ଡ୍ରୋନ୍ ଜରିଆରେ ସନ୍ଦିଗ୍ଧ ସ୍ଥାନକୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ବିଏମସିର ସମସ୍ତ ଓ୍ବାର୍ଡରେ ଏହା କାର୍ଯ୍ୟକାରୀ ହେବ ।

ପାଇଲଟ ପ୍ରୋଜେକ୍ଟ ଭାବେ ୭ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦୁଇଦିନ ଡ୍ରୋନ ଫଟୋ ଉଠାଇବା ପରେ ଅବଶିଷ୍ଟ ୫ ଦିନ ଆକାଶ ମାର୍ଗରୁ ପେଷ୍ଟିସାଇଡ ସିଞ୍ଚନ କରାଯିବ । ପୂର୍ବରୁ ଏହି ବ୍ୟବସ୍ଥା କୋଲକତା ମହାନଗର ନିଗମ ପକ୍ଷରୁ କାର୍ଯ୍ୟକାରୀ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

thirteen − 12 =