ଅନୁକ୍ରିତୀ ଭାସ୍ ମିସ ଇଣ୍ଡିଆ ୱାର୍ଲଡ -2018

ମୁମ୍ବାଇ ଠାରେ ଅନୁଷ୍ଠିତ ମିସ ଇଣ୍ଡିଆ ୱାର୍ଲଡ-୨୦୧୮ ପ୍ରତିଯୋଗିତାରେ ତାମିଲନାଡୁର ଅନୁକ୍ରିତୀ ଭାସ ବିଜୟୀ ହୋଇଛନ୍ତି । ମୁମ୍ବାଇରେ ଏହି ବିଶାଳ ଅନୁଷ୍ଠାନର ଆୟୋଜନ କରିଥିଲେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏବଂ ଅଭିନେତା ଆୟୁଷ୍ମାନ କୁରାନା । ଏଥିରେ ମାଧୁରୀ ଦିକ୍ଷିତ୍‌, କରୀନା କପୁର ଏବଂ ଜାକ୍ୟୁଲିନ୍‌ ଫର୍ଣ୍ଣାଡେଜ୍‌ ଭଳି ତାରକା ନୃତ୍ୟ ପରିବେଷଣ କରିଥିଲେ ।

ଅନୁକ୍ରିତୀ 29 ଜଣ ପ୍ରତିଯୋଗୀଙ୍କୁ ହରାଇ ପ୍ରତିଯୋଗିତା ଜିତିଥିଲେ । ଏଥିରେ ହରିଆଣାର ମୀନାକ୍ଷୀ ଚୌଧୁରୀ ପ୍ରଥମ ରନର୍ସ ଅପ ଏବଂ ଆନ୍ଧ୍ରପ୍ରଦେଶର ଶ୍ରେୟା ରାଓ ଦ୍ବିତୀୟ ରନର୍ସ ଅପ ହୋଇଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମାନୁଷି ଚିଲର, କରିନା କପୁର ଖାଁ, ଜାକଲିନ ଫର୍ଣ୍ଣାଡିଜ ଏବଂ ମାଧୁରୀ ଦୀକ୍ଷିତ ପ୍ରମୁଖ ଭାଗ ନେଇଥିଲେ ।

୧୯ ବର୍ଷୀୟ ବିଜୟିନୀ ଅନୁକ୍ରିତି ଓ୍ଵାସ୍‌ ତାମିଲ୍‌ନାଡୁ ବାସିନୀ ଏବଂ ସେ ଲୟଲା କଲେଜ୍‌ରେ ଫ୍ରେଞ୍ଚ୍‌ରେ ସ୍ନାତକ କରୁଛନ୍ତି । ମଡେଲିଙ୍ଗ୍‌ ଏବଂ ଅଭିନୟରେ ତାଙ୍କର ଆଗ୍ରହ ରହିଛି । ପୂର୍ବରୁ ସେ ୩୦ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ପଛରେ ପକାଇ ସମ୍ମାନଜନକ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ତାମିଲ୍‌ନାଡୁ ମୁକୁଟ ହାସଲ କରିଥିଲେ । ଆନ୍ତର୍ଜାତିକ ସୁନ୍ଦରୀ ପ୍ରତିଯୋଗିତାରେ ସେ ଭାରତର ପ୍ରତିନିଧିତ୍ବ କରିବେ ।

ଫେମିନା ମିସ ଇଣ୍ଡିଆ ମାନୁଷି ଚିଲର ପ୍ରତିଯୋଗୀମାନଙ୍କୁ ତାଙ୍କ ଅଭିଜ୍ଞତା ବାଂଟିଥିଲେ । ଅନୁଷ୍ଠାନ ଶେଷରେ ବିଜୟିନୀମାନଙ୍କୁ ୨୦୧୭ର ମିସ୍‌ ଓ୍ଵାର୍ଲ୍ଡ ମାନୁଷୀ ଚିଲ୍ଲାର, ୨୦୧୭ ମିସ୍‌ ୟୁନାଇଟେଡ୍‌ କଣ୍ଟିନେଣ୍ଟ୍‌ସ୍‌ ସାନା ଦୁଆ ଏବଂ ମିସ୍‌ ଇଣ୍ଟର୍‌କଣ୍ଟିନେଣ୍ଟାଲ୍‌ ୨୦୧୭ ପ୍ରିୟଙ୍କା କୁମାରୀ ଟାଇଟଲ୍‌ ଧାରିଣୀମାନଙ୍କୁ ମୁକୁଟ ପିନ୍ଧାଇ ଥିଲେ ।

Share

Leave a Reply

Your email address will not be published. Required fields are marked *

12 + 5 =