ମର୍ମନ୍ତୁଦ ସଡକ ଦୁର୍ଘଟଣା: ୩ ମୃତ, ୨ ଆହତ

ଝିଅକୁ ଶାଶୁଘରେ ଛାଡି ଅଟୋରେ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ବୋଲେରୋ । ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ।  ମୃତକ ହେଲ କୁଲାସିଂହା ଗ୍ରାମର ପିତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନ । ତେବେ ଅଟୋକୁ ଧକ୍କା ଦେବା ପରେ ବୋଲେରୋ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ବନ୍ତଳା ଥାନା ଶଙ୍ଖପୁର ଖାଲଗାଁ ନିକଟରେ ଘଟିଥିବା ଏହି ଭୟଙ୍କର ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ପିତାମ୍ବର ଓ ଗୁଣ୍ଡିଚା ପ୍ରଧାନ ନିଜର ସମ୍ପର୍କୀୟ ମୁନା ପ୍ରଧାନଙ୍କ ଅଟୋରେ ଝିଅକୁ ରାଇଗୁଡା ଅଞ୍ଚଳରେ ଥିବା ତାଙ୍କର ଶାଶୁଘରେ ଛାଡିବାକୁ ଯାଇଥିଲେ । ସେଠାରୁ ଫେରି ସମସ୍ତେ ନିକଟସ୍ଥ ଗାଁରେ ହେଉଥିବା ଜାଗର ଯାତ୍ରା ଦେଖିଥିଲେ । ଏହାପରେ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୯ଟା ସମୟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

3 × 3 =