ବିଧାନସଭାର ଶୂନ୍ୟକାଳରେ ଶାସକ-ବିରୋଧୀ ମୁହାଁମୁହିଁ ,ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି

ବିଧାନସଭାର ଶୂନ୍ୟକାଳରେ ଶାସକ ଓ ବିରୋଧୀ ମୁହାଁମୁହିଁ । ବିରୋଧୀ ଦଳ ନେତା ୫-ଟି କେମିତି ସିଏମଓ ହେଲେ ବୋଲି ପ୍ରଶ୍ନ କଲେ । ସେ ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ହୋଇ ପାରନ୍ତି କିନ୍ତୁ ସିଏମଓ କେମିତି ହେବେ । ଏହାବାଦ୍ ଜଣେ ବିଧାୟକ ନିଜକୁ ତାଙ୍କର କ୍ରୀତଦାସ ବୋଲି କହିଲେ । ଏଭଳି କହି ଶାସକ ଦଳକୁ ଟାର୍ଗେଟ କରିଥିଲେ ବିରୋଧୀ ଦଳ ନେତା ।

ସେପଟେ ଶାସକ ଦଳର ସଦସ୍ୟମାନେ କେନ୍ଦ୍ରର ୫ କେଜି ଚାଉଳ କାଟିବା ପ୍ରସଙ୍ଗ ଉଠାଇ ହାତରେ ବ୍ୟାନର ପୋଷ୍ଟର ଦେଖାଇ ନିଜ ନିଜ ନିଜ ସ୍ଥାନରେ ପ୍ରତିବାଦ କରିଥିଲେ । ଫଳରେ ବାଚସ୍ପତି ୧୨ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିଧାୟକ ଅରୁଣ ସାହୁ କହିଛନ୍ତି, ବିଧାନସଭା ଶୂନ୍ୟ କାଳରେ ଗତ ୫ ଦିନ ଧରି ୫ କେଜି ଚାଉଳ ପ୍ରସଙ୍ଗ ଉଠାଇବାକୁ ସୁଯୋଗ ମିଳୁନାହିଁ । ଲୋକଙ୍କ ବିଭିନ୍ନ ସମସ୍ୟାକୁ ବିଧାନସଭାରେ କହିବାକୁ ସୁଯୋଗ ଦେଉନାହାନ୍ତି ବିରୋଧୀ । କେନ୍ଦ୍ର ସରକାର ୫ କେଜି ଚାଉଳ କାଟି ଦେଲେ । ୭୧ ହଜାର କୋଟି ବଜେଟରୁ କଟିଲା । ଏବେ ପୁଣି କେନ୍ଦ୍ର ସରକାର ୧୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ପ୍ରସ୍ତୁତ ନାହାନ୍ତି । ପୂର୍ବରୁ ୧୩ ଲକ୍ଷ ମେଟ୍ରିକ ଟନ ବଳକା ରହୁଥିଲା । ଉଷୁନା ଚାଉଳ ନେଉନାହାନ୍ତି । ଚାଷୀ କେତେ ଅସୁବିଧାରେ ପଡିବେ । ବିରୋଧୀ ମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । ତେଣୁ ବିଜେଡ଼ି ଦାବି କରୁଛି ବଳକା ଚାଉଳ ଉଠାଇବା ସହ କାଟି ଥିବା ୫ କେଜି ଚାଉଳ ଦିଅନ୍ତୁ କେନ୍ଦ୍ର ସରକାର ।

Share

Leave a Reply

Your email address will not be published. Required fields are marked *

10 + 8 =