ରାଜ୍ୟ

ବର୍ଷାରେ ବେହାଲ ସମ୍ୱଲପୁର

ବର୍ଷାରେ ବେହାଲ ସମ୍ୱଲପୁର । ସମ୍ବଲପୁର ସହରରେ ଗତକାଲି ରାତି ଦୁଇ ଘଣ୍ଟା ଧରି ଲଗାଣ ବର୍ଷା ହେବାରୁ ବିଭିନ୍ନ ସ୍ଥାନରେ ପାଣି ଜମି ଯାଇଥିଲା । ଫଳରେ ଲୋକଙ୍କୁ ଯାତାୟାତରେ ଅନେକ ସମସ୍ୟା ଉପୁଜିଥିଲା । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମିରହିଛି । ଏପରିକି ସହର ଦେଇ ଯାଇଥିବା ଜାତୀୟ ରାଜପଥରେ ମଧ୍ୟ ପାଣି ଜମିଛି । ସହରର ଗୋପାଲମାଳ, ଚାରଭାଟି, ପ୍ରଧାନ ପଡ଼ା, ଏସଆରଆଇଟି କଲୋନୀ ଅଞ୍ଚଳରେ ପାଣି ଜମି ରହିଛି । ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ମହାନଗର ନିଗମ କର୍ତ୍ତୃପକ୍ଷ ବିଭିନ୍ନ ସ୍ଥାନ ବୁଲି ଦେଖୁଛନ୍ତି ।

ଅନ୍ୟପଟେ, ପ୍ରବଳ ବର୍ଷାରେ ଜଳବନ୍ଦୀ ପରିସ୍ଥିତି । ସହରର ବିଭିନ୍ନ ସ୍ଥାନରେ ପାଣି ନିଷ୍କାସନ ନହେବାରୁ ରାସ୍ତାରେ କୃତ୍ରିମବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା । ଏପରିକି ମାଆ ସମଲେଶ୍ୱରୀ ମନ୍ଦିର ପରିସରରେ ପାଣି ଜମି ରହିଥିଲା । ସହର ମଧ୍ୟରେ କେଉଁଠି ଡ୍ରେନ୍ କାମ ଚାଲିଛି ତ କେଉଁ ସଫା ନ ହେଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

3 × three =