ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟରେ ଗୋପାଳ, ଟେଷ୍ଟ ପ୍ରକ୍ରିୟା ଜାରି

ଗୋପାଳ ଦାସର ନାର୍କୋ ଟେଷ୍ଟ ପ୍ରକ୍ରିୟା ଜାରି ରହିଛି। ସାଙ୍ଗରେ ଅଛନ୍ତି ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୮ଜଣିଆ ଟିମ୍‌ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟରୁ ଜଣା ପଡ଼ିବ କେତେ କହିଛି ସତ, କଣ ମିଛ କହିଛି ଜଣା ପଡ଼ିବ । ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୋପାଳକୁ ଗୁଜରାଟ ଗାନ୍ଧିନଗର ସ୍ଥିତ ଡିରେକ୍ଚରେଟ ଅଫ ଫରେନ୍‌ସିକ ସାଇନ୍ସ ସର୍ଭିସେସ ବା DFSSକୁ ନେଇଛି କ୍ରାଇମବ୍ରାଞ୍ଚ । ଗତକାଲି ଗୋପାଳକୁ ଝାରସୁଗୁଡ଼ାରୁ ଭାୟା କୋଲକାତା ଦେଇ ଗୁଜରାଟ ନିଆଯାଇଥିଲା ।

ଉଭୟ ଟେଷ୍ଟ ପାଇଁ ଗୋପାଳ ସହମତି ପ୍ରକାଶ କରିବା ପରେ ତାକୁ ଗୁଜରାଟ ନିଆଯାଇଛି । ପୂର୍ବରୁ ଝାରସୁଗୁଡ଼ାରେ ସେଣ୍ଟ୍ରାଲ୍‌ ଫୋରେନସିକ୍‌ ଲାବ୍ର ବିଶେଷଜ୍ଞ ଗୋପାଳର ଲେୟର୍ଡ ଭଏସ୍‌ ଆନାଲିସିସ୍‌ ଓ ଫୋରେନସିକ୍‌ ସାଇକୋଲୋଜିକାଲ୍‌ ଟେଷ୍ଟ କରାଇଥିଲେ । ଏହି ୨ଟି ପରୀକ୍ଷାର ରିପୋର୍ଟକୁ ଅପେକ୍ଷା ରହିଛି ।

Share

Leave a Reply

Your email address will not be published. Required fields are marked *

20 − 4 =