ଝାରସୁଗୁଡା ଉପନିର୍ବାଚନ: ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଭରିବେ ନାମାଙ୍କନ

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଗୁଲ ବାଜିସାରିବା ପରେ । ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲୁ ରହିଛି । ପୂର୍ବରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିବା ପରେ ଆଜି ବିଜେଡି ପ୍ରାର୍ଥୀ ଦାଖଲ କରିବେ । ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଦଳ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଚୟନ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଦୀପାଳି ଆଜି ନାମାଙ୍କନ କରିବେ । ତେବେ ଦୀପାଳି ଝାରସୁଗୁଡା ସ୍ଥିତ ପାଟେଣୀଶ୍ୱରୀ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପରେ କନକ ଦୁର୍ଗା ମନ୍ଦିର ଯିବେ । ସେଠାରୁ ସେ ସିଧା ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡକୁ ଯାଇ ସେଠାରେ ଏକ ଶକ୍ତି ପ୍ରଦର୍ଶନ କରିବା ପରେ ସେହି ପତିଆରା ସହ ଉପନିର୍ବାଚନ କାର୍ଯ୍ୟାଳୟ ଯାଇ ନାମାଙ୍କନ ଦାଖଲ କରିବେ ।

ପୂର୍ବରୁ କଂଗ୍ରେସ ଦଳର ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିବା ସହ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିସାରିଛନ୍ତି । ତେବେ ଆଜି ବିଜେଡି ଦଳର ପ୍ରାର୍ଥୀ ଦୀପାଳି ଦାସ ଏକ ଶୋଭାଯାତ୍ରା ସହ ଉପନିର୍ବାଚନ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ।

Share

Leave a Reply

Your email address will not be published. Required fields are marked *

18 − seven =