କମେଣ୍ଟମରାକୁ ନେଇ ହଣାହଣି, ଜଣେ ଗୁରୁତର

ଇନଫୋଭ୍ୟାଲି ଥାନାଞ୍ଚଳ ମଦନପୁର ଗ୍ରାମରେ କମେଣ୍ଟ ମରାକୁ ନେଇ ଉଚ୍ଚବାଚ ପରେ ଏହା ଉଗ୍ର ରୂପ ନେଇଛି। ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ଜଣକ ଯିଶୁକ୍ରୀଷ୍ଣ ବଳିଆରସିଂଙ୍କ ପୁଅ ରିପନ ବଳିଆରସିଂ ।ଗୁରୁତର ଯୁବକଙ୍କୁ  ଏମ୍ସ୍ ମେଡିକାଲରେ ଭର୍ତ୍ତି କରାଯାଇଛି।  ଆତଙ୍କ ସୃଷ୍ଟି କରୁଥିବା ଯୁବକ ଜଣକ ​‌ ନିଜକୁ   ପୂର୍ବତନ ବିଧାୟକଙ୍କ ଭଣଜା ବୋଲି କହି ଫେରାର ହୋଇଛନ୍ତି। ଆକ୍ରମଣ କରିଥିବା  ଯୁବକ ଜଣକ ନବ ମାନସିଂହଙ୍କ ପୁଅ ପୁତୁଲ ମାନସିଂହ। ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇନଥିଲେ ବି ପୋଲିସ ଘଟଣା ଉପରେ ନଜର ରଖିଛି।

Share

Leave a Reply

Your email address will not be published. Required fields are marked *

one × three =