ଓକିଲ ଆନ୍ଦୋଳନ: ଆଉ ୮ ଗିରଫ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ବେଳେ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ ଜଣ ଓକିଲଙ୍କୁ ଗିରଫ କରାଯାଇଛି । ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଛି ।

ପୂର୍ବରୁ ୧୫ ଜଣ ଆଇଇନଜୀବୀ ଗିରଫ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ମୋଟ ୨୩ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇ ସାରିଲାଣି।

Share

Leave a Reply

Your email address will not be published. Required fields are marked *

13 − 5 =