ରାଜ୍ୟ

ଆସିଲା ସୌମ୍ୟ ହତ୍ୟା ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ

ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମୃତକଙ୍କ ଶରୀରରେ ଥିଲା ୨୧ଟି ଆଘାତ ଚିହ୍ନ … ମୁଣ୍ଡରୁ ପିଠି, ବେକରୁ ହାତ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିଲା କ୍ଷତ … ମସ୍ତିଷ୍କରେ ଭୟଙ୍କର ରକ୍ତସ୍ରାବ ଓ ଆଘାତରୁ ମୃତ୍ୟୁର କାରଣ ବୋଲି ସ୍ପଷ୍ଟ କରିଛନ୍ତି ଡାକ୍ତରୀ ଟିମ୍ । ଆଘାତ କଠିନ ଓ ଭାରୀ ବସ୍ତୁର ପ୍ରହାରରୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି…

ବାଲିଅନ୍ତାରେ ସୌମ୍ୟରଂଜନଙ୍କୁ ପିଟିପିଟି ହତ୍ୟା ଘଟଣାରେ ସାମ୍ନାକୁ ଆସିଛି ପୋଷ୍ଟମର୍ଟମ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ । ମୃତକଙ୍କ ଶରୀରରେ ମୋଟ ୨୧ଟି ବାହ୍ୟ ଆଘାତ ଚିହ୍ନ ରହିଛି। ମୁଣ୍ଡ, ମୁହଁ, ବେକ, ପିଠି, ହାତ ଓ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା ।

ଡାହାଣ ଆଖି ଉପରେ ଗଭୀର ଆଘାତ ଓ ପିଠିରେ ମଧ୍ୟ ଗଭୀର କ୍ଷତ ରହିଥିଲା । ଉଭୟ ହାତ ଉପରେ ଗଭୀର କ୍ଷତ ଚିହ୍ନ ମିଳିଛି । ଯାହା ବାନ୍ଧି ରଖାଯାଇଥିବା କିମ୍ବା ଜୋରକରି ଧରାଯାଇଥିବା ଯୋଗୁ ସୃଷ୍ଟି ହୋଇଛି । ବାମ ଆଖିରେ ରକ୍ତସ୍ରାବ ହୋଇଥିଲା । ସମ୍ପୂର୍ଣ୍ଣ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ବିଭିନ୍ନ ଭାଗରେ ରକ୍ତସ୍ରାବ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

one × 5 =