ଆଇଆଇସିଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ଼ ଜିଲ୍ଲା ଗାଇସିଲେଟ ଆଇଆଇସି ବୀରବର ଭଗତଙ୍କ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଭଗତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ସଂପତ୍ତି ଠାବ କରାଯାଇଛି। ଅଇଁଠାପାଲିରେ ଦୁଇ ମହଲା କୋଠା, କବ୍ରାପାଲିରେ ଏକ ଫାର୍ମ ହାଉସ, ସମ୍ବଲପୁର ସହର ଓ ବାଣାଇରେ ଜମି, ପାଖାପାଖି ୧୬୫ ଗ୍ରାମ ସୁନା ଗହଣା,ନଗଦ ୭୯ ହଜାର ୪୬୦ ଟଙ୍କା, ଦୁଇଟି ଚାରି ଚକିଆ ଯାନ ( ମାରୁତି ସୁଇଫ୍ଟ ଡିଜାୟର ) ଓ ଦୁଇ ଚକିଆ ଯାନ ଠାବ କରିଛି ଭିଜିଲାନ୍ସ। ଚଢ଼ାଉ ଜାରି ରହିଛି।

Share

Leave a Reply

Your email address will not be published. Required fields are marked *

15 − 2 =