କ୍ରୀଡା

ଧିମା ଓଭର ହାର ପାଇଁ ଦଣ୍ଡିତ ରାହାଣେ

ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍‌ ଜିତିନପାରି ପଏଣ୍ଟ୍‌ ଟେବୁଲର ତଳେ ଥିବା କେକେଆର୍‌ର ସମସ୍ୟା ବଢିବାରେ ଲାଗିଛି । ମଙ୍ଗଳବାରର ସିଏସକେ ବିପକ୍ଷ ମ୍ୟାଚ୍‌ରେ ଧିମା ଓଭର ହାର ପାଇଁ ଦଣ୍ଡିତ ହୋଇଛନ୍ତି ଏହି ଦଳର ଅଧିନାୟକ ଅଜିଙ୍କ୍ୟ ରାହାଣେ । ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଛି । ଆଇପିଏଲ୍‌ ପରିଚାଳନା ପରିଷଦ ପକ୍ଷରୁ ଏହି ଜରିମାନା ଲାଗୁ କରାଯାଇଥିବା ବିଷୟ ଘୋଷଣା କରାଯାଇଛି । ତେବେ ପରିଷଦ ପକ୍ଷରୁ କୁହାଯାଇଛି ଯେ ଏହା କେକେଆର୍‌ ଦଳର ଏଧରଣର ପ୍ରଥମ ତ୍ରୁଟି ହୋଇଥିବାରୁ ଆଇପିଏଲ୍‌ ଆଚରଣ ବିଧିର ଧାରା ୨.୨୨ ଅନୁସାରେ ରାହାଣେଙ୍କ ଉପରେ ଏହି ପରିମାଣର ଜରିମାନା ଲଗାଯାଇଛି । ଏହି ମ୍ୟାଚ୍‌ରେ ନୂର ଅହମ୍ମଦଙ୍କ ୩ ଓ୍ବିକେଟ୍‌ ଅକ୍ତିଆର ଯୋଗୁଁ କେକେଆର୍‌କୁ ୩୨ ରନ୍‌ରେ ପରାସ୍ତ କରିଥିଲା ସିଏସକେ ।

Share

Leave a Reply

Your email address will not be published. Required fields are marked *

eighteen − nine =