ଜଟଣୀରୁ ବିଜେଡି ପ୍ରାର୍ଥୀ ହେବେ ସୁରଜ

ଭୁବନେଶ୍ୱର (): ଜଟଣୀ ନିର୍ବାଚନରେ ମଣ୍ଡଳୀରେ ଇଞ୍ଜିନିୟର ସୁରଜ ପାଇକରାୟ ବିଜେଡି ବ୍ୟାନରରେ ପ୍ରଚାର ଚଳାଇଥିବାରୁ ଏହା ଏବେ ଅନ୍ୟମାନଙ୍କ ବିଶେଷକରି ବିଜେଡି ଟିକଟ ପାଇଁ ଆଶାୟୀ ଥିବା ନେତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସୁରଜ ଏବେ ନବୀନ ଓ ବିଜୁ ପଟ୍ଟନାୟକ ଫଟୋଥିବା ବ୍ୟାନର ଲଗାଇ ଗାଁକୁ ଗାଁ ବୁଲି ପ୍ରଚାରରେ ମାତିଛନ୍ତି ।
ସୁରଜ ହେଉଛନ୍ତି ଜଟଣୀର ପୂର୍ବତନ ବିଧାୟକ ସ୍ୱର୍ଗତ ଶରତ ପାଇକରାୟଙ୍କ ପୁଅ । ଶରତ ଉଭୟ ଜନତାଦଳ ଓ ବିଜେଡିର ବିଧାୟକ ଥିଲେ । ତାଙ୍କ ମୃତ୍ୟୁପରେ ଦୀର୍ଘଦିନ ଧରି ତାଙ୍କ ପରିବାର ରାଜନୀତି ଠାରୁ ଦୂରେଇ ଥିବାବେଳେ ଏବେ ବିଟେକ୍‍ ଡିଗ୍ରୀ ହାସଲ କରିଥିବା ୨୫ ବର୍ଷିୟ ସୁରଜ ବିଜେଡି ବ୍ୟାନରରେ ନିଜ ରାଜନୈତିକ କ୍ୟାରିଅରକୁ ଆଗକୁ ବଢାଉଛନ୍ତି । ସୁରଜ ଏବେ ଜଟଣୀର ଗାଁକୁ ଗାଁ ବୁଲିବା ସହିତ ଯୁବକ ଓ ମହିଳାମାନଙ୍କୁ ନିୟମିତ ଭାବେ ଭେଟୁଛନ୍ତି । ବିଭିନ୍ନ କ୍ଲବ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସୁରଜଙ୍କୁ ଏବେ ଦେଖିବାକୁ ମିଳୁଛି ।
ବର୍ତ୍ତମାନ ମିଟୁ ବଡଜେନା ଜଟଣୀର ବିଜେଡି ବିଧାୟକ ଥିବାବେଳେ ପୂର୍ବତନ ବିଜେଡି ବିଧାୟକ ବିଭୂତି ବଳବନ୍ତରାୟ ମଧ୍ୟ ଆଶାୟୀ ଅଛନ୍ତି ।
ସୁରଜ ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କୁ ଭେଟିବାପରେ ଏବେ ଜଟଣୀରେ ବିଜେଡିର ମଙ୍ଗ ଧରିଛନ୍ତି । ଆସନ୍ତା ନିର୍ବାଚନରେ ସୁରଜ ଜଟଣୀରୁ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଥିବାବେଳେ ତାଙ୍କର ଲୋକପ୍ରିୟତା ମଧ୍ୟ ବଢିବାରେ ଲାଗିଛି । ବିଶେଷକରି ମହିଳା, ଯୁବକମାନଙ୍କ ସମର୍ଥନ ଏବେ ସୁରଜଙ୍କୁ ଅଧିକ ସକ୍ରିୟ କରିଛି ।
Share

Leave a Reply

Your email address will not be published. Required fields are marked *

5 × five =