ବିଜୟଙ୍କ ରାଜନୈତିକ କ୍ୟାରିୟରରେ ଲାଗିବ ପୂର୍ଣ୍ଣଚ୍ଛେଦ, ଜିତାପଟ ଦାବିରୁ ଓହରିଲା କଂଗ୍ରେସ

ଭୁବନେଶ୍ବର () ଆସନ୍ତାକାଲି ପାଟକୁରା ଗଣତି । ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ ମୁଖ୍ୟତଃ ଲଢେଇ ହେଉଥିବା ବେଳେ କଂଗ୍ରେସ ଜିତାପଟ ଦାବିରୁ ଓହରି ଯାଇଛି । ବିଜେପି ଓ ବିଜେଡି ଜିତାପଟର ଦାବି କରୁଥିବା ବେଳେ କଂଗ୍ରେସ ପ୍ରତି ବିପଦ ରହିଥିବା ମାନିଛନ୍ତି ଦଳର ନେତାମାନେ ।

ତୃଣମୂଳ ସ୍ତରରୁ ଆସୁଥିବା ରିପୋର୍ଟ ଅନୁଯାୟୀ ଫଳାଫଳ ବିଜେଡି ପାଇଁ ଉତ୍ସାହଜନକ ହେବାକୁ ଯାଇଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଭୋଟର ପ୍ରତ୍ୟାକ୍ଷାତ କରିଛନ୍ତି । ଏକଦା ଏହି ନିର୍ବାଚନମଣ୍ଡଳିରେ ବିଜୁ ପଟ୍ଟାନାୟକଙ୍କ ଆଶିର୍ବାଦରେ ବିଜୟ ନାଜର ପତିଆରା ବୃଦ୍ଧି କରିଥିବା ବେଳେ ଏବେ କିନ୍ତୁ ଲୋକେ ଆଉ ତାଙ୍କୁ ଗ୍ରହଣ କରିବା ସ୍ଥିତିରେ ନାହାଁନ୍ତି । ପୁଣି ଥରେ ନବୀନ ପଟ୍ଟନାୟକଙ୍କ କରିସ୍ମା ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଭୋଟରଙ୍କୁ ପ୍ରଭାବିତ କରିଛି । ଏଭଳି ଦାବି କରିଛନ୍ତି ବିଜେଡିର ନେତାମାନେ ।

ପାଟକୁରା ନିର୍ବାଚନରେ ବିଜେଡିର 7 ମନ୍ତ୍ରୀ ଓ 30ରୁ ଅଧିକ ବିଧାୟକ ବିଭିନ୍ନ ପଞ୍ଚାୟତ ଓ ବ୍ଲକ ଦାୟିତ୍ୱରେ ଥିଲେ । ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଅନ୍ୟୁନ 25 ହଜାର ଭୋଟ ବ୍ୟବଧାନରେ ଜିତିବେ ବୋଲି ଦାବି କରିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର । କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତର୍ଗତ ଅନ୍ୟ 6ଟି ଯାକ ବିଧାନସଭା ଆସନରେ ବିଜେପି ଫେଲ ମାରିଥିବା ବେଳେ ପାଟକୁରା ମଧ୍ୟ ବିଜେଡି ଖାତାକୁ ଆସିବ ବୋଲି ସେ ଦାବି କରିଛନ୍ତି । ବିଜେପି କିନ୍ତୁ ବିଜୟ ଆଶା ଛାଡିନି । କହିଛି ପଟକୁରାରେ ସ୍ବାଭିମାନ ଓ ଅଭିମାନର ଲଢେଇ ହେଉଛି, 100 ଭୋଟରେ ହେଲେ ବି ବିଜୟ ମହାପାତ୍ର ଜିତିବେ ।

କଂଗ୍ରେସ କିନ୍ତୁ ପ୍ରତିଯୋଗିତାରୁ ଓହରି ଯାଇଛି । ବିଜେପି କିମ୍ବା ବିଜେଡି ପରି ଟଙ୍କା ଖର୍ଚ୍ଚ କରିପାରିନଥିଲା ଦଳ । ତେଣୁ ଦଳ ପ୍ରତି ବିପଦ ରହିଛି । ତଥାପି ଲୋକଙ୍କ ଆତ୍ମସ୍ବାଭିମାନ ଉପରେ ଦଳ ଭରଷା କରିଛି ବୋଲି କହିଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି ।

ମୁଖ୍ୟମନ୍ତ୍ରୀ ନିଜେ ପାଟକୁରାର ବିକାଶ ଦାୟିତ୍ବ ନେବେ ବୋଲି ଘୋଷଣା କରିବା ପରେ ଲୋକଙ୍କୁ ପ୍ରଭାବିତ କରିଛି । ଏଥିସହିତ କାଳିଆ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ସ୍ବୟଂ ସହାୟକ ଗୋଷ୍ଠୀକୁ ସରକାରଙ୍କ ପ୍ରୋତ୍ସାହନ ବିଜେଡିର ବିଜୟ ଯାତ୍ରାକୁ ସୁଗମ କରିବ । କାରଣ ଏସବୁ ଯୋଜନାରୁ ଲେକେ ସୁଫଳ ପାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + 15 =