ଧର୍ମେନ୍ଦ୍ରଙ୍କ ତଣ୍ଟିରେ ଅପରାଜିତା କଣ୍ଟା

ଭୁବନେଶ୍ବର () ଅପରାଜିତା ଷଢଙ୍ଗୀକୁ ରାଜ୍ୟ ବିଜେପିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଷ୍ଠି ସହ୍ୟ କରିପାରୁନି । ଆଜି ଭୁବନେଶ୍ବରରେ ଅପରାଜିତାଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଆୟୋଜିତ କାର୍ଯ୍ୟକ୍ରମରୁ ଏହାର ସଙ୍କେତ ମିଳିଛି । ଅପରାଜିତାଙ୍କ ସ୍ବାଗତ ପାଇଁ ଭୁବନେଶ୍ବର ବିମାନ ବନ୍ଦରକୁ ନା ଧର୍ମେନ୍ଦ୍ର ପ୍ରଧାନ ନା ଅନ୍ୟ କୌଣସି ବରିଷ୍ଠ ନେତା ଗଲେନି । ତାଙ୍କୁ ସ୍ବାଗତ କରିବାକୁ ବିଜେପି ଜିଲ୍ଲା ସଂଗଠନକୁ ଦାୟିତ୍ବ ଦିଆଗଲା ।

କେନ୍ଦ୍ର ବିଜେପି ନେତୃତ୍ବ ଅପରାଜିତାଙ୍କୁ ଆଗାମୀ ନିର୍ବାଚନରେ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାରେ ବୋଧହୁଏ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଟିମ ଖୁସୀ ନୁହଁନ୍ତି । କିନ୍ତୁ କେନ୍ଦ୍ରୀୟ ନିଷ୍ପତ୍ତିକୁ ବିରୋଧ କରିପାରୁନାହାଁନ୍ତି କି ଅପରାଜିତାଙ୍କୁ ଗ୍ରହଣ ମଧ୍ୟ କରିପାରୁନାହାଁନ୍ତି । ଯେଉଁଥିପାଇଁ ଆଜି ସେ ଭୁବନେଶ୍ବରରେ ପହଁଚିବା ପରେ ତାଙ୍କୁ ସ୍ବାଗତ କରିବାକୁ ଦଳର କୌଣସି ପଦାଧୀକାରୀ ଗଲେ ନାହିଁ । କେବଳ ବିନ୍ଦୁସାଗର ନିକଟରେ ତାଙ୍କୁ ସ୍ବାଗତ କରିଥିବେ ଦଳର ଉପସଭାପତି ସମୀର ମହାନ୍ତି ।

ସେହିଭଳି ଅପରାଜିତା କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ସମୟରେ ଫାୟାର ବ୍ରାଣ୍ଡ ଅଫିସର ଭାବେ ଜଣାଶୁଣା ଥିଲେ । ଏବେ ବି ତାଙ୍କର ସେହି ଢାଞ୍ଚା ରହିଛି । ସେ ଆଇଏଏସ ଚାକିରି ଛାଡି ରାଜନୀତିକୁ ଓହ୍ଲାଇଥିବାରୁ ଦଳର କ୍ୟାଡରକୁ ସମ୍ମାନ ଦେବେ ନା ନିଜ ନିଷ୍ପତ୍ତି ଅନୁଯାୟୀ କାମ କରିବେ ସେନେଇ ମଧ୍ୟ ରାଜ୍ୟ ପଦାଧିକାରୀଙ୍କ ସନ୍ଦେହ ରହିଛି ।

ଏଥିସହିତ ଅପରାଜିତଙ୍କୁ ଯେଉଁ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବିଜେପି ନେତୃତ୍ବ ଦଳରେ ସାମିଲ କରି ଓଡିଶା ଛାଡିଛନ୍ତି ବୋଲି ଚର୍ଚ୍ଚା ହେଉଛି, ପ୍ରକୃତରେ ଯଦି ତାହା ହୁଏ, ତେବେ ବର୍ତ୍ତମାନ ଯେଉଁମାନେ ଦଳର ବିଭିନ୍ନ ପଦପଦବୀରେ ଅଛନ୍ତି ସେମାନେ ହୁଏତ ଗୁରୁତ୍ବ ହରାଇବେ । ଏମିତି କିଛି ଆଶଙ୍କା କରି ରାଜ୍ୟ ବିଜେପି ନେତାମାନେ ବିଶେଷ କରି ଧର୍ମେନ୍ଦ୍ରଙ୍କ ଟିମ ଅପରାଜିତାଙ୍କ ଯୋଗଦାନକୁ ଅନୁପ୍ରବେଶ ବୋଲି ଭାବି ସହ୍ୟ କରିପାରୁନାହାଁନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + twelve =