କେନ୍ଦ୍ରୀୟ ଅବହେଳା ହେବ ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ବର () ଏଥର ବିଜେଡି ନିଜର ନିର୍ବାଚନ ଇସ୍ତାହାରରେ କେନ୍ଦ୍ରୀୟ ଅବହେଳା ବିରୋଧରେ ଲଢେଇକୁ ପ୍ରାଧାନ୍ୟ ଦେବ । କ୍ରମାଗତ ଭାବେ 2014ରେ କେନ୍ଦ୍ରେର ବିଜେପି ସରକାର ଆସିବା ପରଠାରୁ ଗୋଟିଏ ପରେ ଗୋଟିଏ 8ଟି କେନ୍ଦ୍ରୀୟ ଯୋଜନାକୁ ବନ୍ଦ କରିଦିଆଯାଇଥିବା ବେଳେ 35ଟି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଅଂଶଧନରେ ପରିବର୍ତ୍ତନ କରିଛନ୍ତି । ଏଥିସହିତ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଠାରୁ ଆରମ୍ଭ କରି ଧାନର ଏମଏସପି ବୃଦ୍ଧି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଓଡିଶା ବାରମ୍ବାର କେନ୍ଦ୍ରୀୟ ଅବହେଳାର ଶିକାର ହେଉଛି । ତେଣୁ 2019 ଇସ୍ତାହାରରେ କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରାଯିବ ।

2014 ନିର୍ବାଚନ ଇସ୍ତାହାରରେ ବିଜେଡି ଦେଇଥିବା ପ୍ରତିଶୃତିକୁ ପ୍ରାୟତଃ ପାଳନ କରିବା ସହ କାଳିଆ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣରେ ମହିଳାଙ୍କ ପାଇଁ 7 ଲକ୍ଷ ପର୍ଯନ୍ତ ଆର୍ଥିକ ସହାୟତା ଘୋଷଣା କରି ଦୁଇ ପାଦ ଆଗରେ ରହିଥିଲା ବିଜେଡି ସରକାର । ତେଣୁ ଏଥର ମଧ୍ୟ ସେହିଭଳି ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ ସହ କେନ୍ଦ୍ରୀୟ ଅବହେଳା ବିରୋଧରେ ଲଢେଇକୁ ପ୍ରାଧାନ୍ୟ ଦିଆଯିବ ବୋଲି ଆଜି ଇସ୍ତାହାର ପ୍ରସ୍ତୁତି ନେଇ ଦ୍ବିତୀୟ ଥର ପାଇଁ ବିଜେଡି କାର୍ଯ୍ୟାଳୟରେ କମିଟିର ଆବାହକ ଅମର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ହୋଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଜରିଆରେ ମତାମତ ସଂଗ୍ରହ କରିଛି ବିଜେଡି । ଏହି ମତାମତକୁ ଆଧର କରି ଇସ୍ତାହାର ପ୍ରସ୍ତୁତ ହେବ । ବର୍ତ୍ତମାନ ସୁଦ୍ଧା ଆସିଥିବା ମତାମତରେ ଅନେକ ସ୍ଥାନରେ ଲୋକେ କେନ୍ଦ୍ରୀୟ ଅବହେଳାକୁ ନେଇ ସ୍ବର ଉଠାଇବାକୁ ଗୁରୁତ୍ବ ଦେଇଛନ୍ତି । କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଅଂଶଧନରେ ପରିବର୍ତ୍ତନ, ଯୋଜନାକୁ ବନ୍ଦ କରାଯିବା ଏବଂ ରାଜ୍ୟର ନ୍ୟାର୍ଯ୍ୟ ଦାବିକୁ ଗୁରୁତ୍ବ ଦିଆନଯିବା ନେଇ ଉଦବେଗ ପ୍ରକାଶ ପାଉଛି । ତେଣୁ ଏଥର ଇସ୍ତାହରର ପ୍ରସ୍ତୁତିର ମୂଳ ଆଧାର ହେବ କେନ୍ଦ୍ରୀ ଅବହେଳା । ଏହି ସୂଚନା ଦେଇଛନ୍ତି ବିଜେଡି ଇସ୍ତାହାର କମିଟି ସଦସ୍ୟ ସୁବାସ ସିଂହ ।

ସେହିଭଳି ଇସ୍ତାହାରରେ ପୂର୍ବ ପରି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ଭିତ୍ତିଭୂମୀ ବିକାଶ, ସମାଜିକ ବିକାଶ, ଶ୍ରମଜୀବ ଆଦିକୁ ଗୁରୁତ୍ବ ଦିଆଯିବ । ବିଜେଡି ଅନ୍ୟ ଦଳ ଭଳି କେବଳ ଇସ୍ତାହାରରେ ପ୍ରତିଶୃତି ଦେବାରେ ବିଶ୍ବାସ କରେନି । ବରଂ ଏହାକୁ କାର୍ଯ୍ୟକାରୀ କରିବାରେ ବିଶ୍ବାସ କରେ ବୋଲି କହିଛନ୍ତି ଇସ୍ତାହାର କମିଟିର ଅନ୍ୟତମ ସଦସ୍ୟ ଡକ୍ଟର ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

9 − six =