ଓଟିଭି ବିରୋଧରେ ଆସିଲା ପେଡ୍ ନ୍ୟୁଜ ପ୍ରସାରଣ ଅଭିଯୋଗ

ଭୁବନେଶ୍ବର () ରାଜ୍ୟର ଏକ ନମ୍ବର ବୈଦ୍ୟୁତିକ ଗଣମାଧ୍ୟମ ବୋଲାଉଥିବା ଓଟିଭି ବିରୋଧରେ ପେଡ୍ ନ୍ୟୁଜର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛି ବିଜୁ ଜନତା ଦଳ । ଆଜି ବିଜେଡିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ ଦାଖଲ କରିଛନ୍ତି ।

ବିଜେଡି ଅଭିଯୋଗ କରିଛି ଯେ, ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପାରିବାରିକ ବ୍ୟବସାୟୀକ ଟିଭି ଚ୍ୟାନେଲ ଭୋଟରଙ୍କୁ ଭ୍ରମିତ କରିବାକୁ ପେଡ ନ୍ୟୁଜ ପ୍ରସାରଣ କରୁଛି । ଏହି ଚ୍ୟାନେଲ ବିଜେପିର ଗଣଯୋଗାଯୋଗ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।

ଅଭିଯୋଗ ସହ ବିଜେଡିର ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ପେନ ଡ୍ରାଇଭ ଦେଇଛନ୍ତି ଯେଉଁଥିରେ ଗତ ଏପ୍ରିଲ 12 ତାରିଖରେ ଚ୍ୟାନେଲର ଜଣେ ଆଙ୍କର ଲୋକଙ୍କୁ ସେମାନଙ୍କ ପ୍ରାଥମିକତା ଓ ପସନ୍ଦ କଥା ପଚାରୁଛନ୍ତି । ଚ୍ୟାନେଲ ପକ୍ଷରୁ ପ୍ରଦର୍ଶିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ଲୋକସଭା ଆସନରେ କେହି ଜଣେ ହେଲେ ପ୍ରାର୍ଥୀ ବିଜେଡି ସପକ୍ଷରେ କହୁନଥିବା ଦେଖାଯାଇଛି, ଯେତେବେଳେ କି ବିଜେଡି କ୍ରମାଗତ ଭାବେ ଏହି ଆସନରୁ ଜିତିଆସୁଛି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ।

ନିରପେକ୍ଷ ସାମ୍ବାଦିକତାରେ ଉଭୟ ପକ୍ଷର ମତ ନିଆଯିବା ଆବଶ୍ୟକ । କିନ୍ତୁ ଏହି କାର୍ଯ୍ୟକ୍ରମରେ ଓଟିଭି ଦର୍ଶାଇବାକୁ ଚାହିଁଛି ଯେ, ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ସେମାନେ ବିଜେଡିକୁ ବିରୋଧ କରୁଛନ୍ତି । ଏହା ଆଧାରେ ବିଜେଡି ଓଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

Share

Leave a Reply

Your email address will not be published. Required fields are marked *

five × one =