Friday, October 30, 2026
ଜାତୀୟ

ବିଧାୟକ ଦେବାଶିଷଙ୍କ କାରନାମା ପାକିସ୍ତାନରେ ଭାଇରାଲ

ଓଡ଼ିଶାର ବିଜେଡି ବିଧାୟକ ଓଡ଼ିଆ ସହିଦ୍ଙ୍କ ମନୋଜ୍ ବେହେରାଙ୍କ ସମ୍ପର୍କୀୟ ଦାଦାଙ୍କ ପ୍ରତି ଯେଉଁଭଳି ଭାବେ ଅଭଦ୍ରୋଚିତ ଆଚରଣ କଲେ ତାହା ବର୍ତ୍ତମାନ ପାକିସ୍ତାନ ଟେଲିଭିଜନ ଚାନେଲରେ ଘୁରି ବୁଲିଲାଣି । ଓଡିଶା ବିଜେଡି ବିଧାୟକଙ୍କ କାରନାମା ଓଡିଶାରେ କ୍ଷମତାସିନ ସରକାରକୁ ଯାହା ତ ନିନ୍ଦିତ କରିଥିଲା ତାହା ସାଙ୍ଗକୁ ଆମ ଦେଶର ଶତ୍ରୁ ପାକିସ୍ତାନରେ ମଧ୍ୟ ଓଡିଶା ରାଜ୍ୟର ମାନସମାନକୁ ନିଲାମ କରିଦେଇଥିବା ସମ୍ପର୍କରେ ଚାଂଚଲ୍ୟକର ଖବର ଆସି ପହଂଚିଲାଣି । ଓଡିଆ ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଗଳାଧକା ଦେବା ଘଟଣା ଓଡିଶାର ସମସ୍ତ ଟେଲିଭିଜନ ଚାନେଲରେ ଭାଇରାଲ ହୋଇଥିଲା । ଯାହାଫଳରେ ବିଧାୟକଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯିବା ପରେ ବାଧ୍ୟ ହୋଇ ବିଧାୟକ ଶ୍ରୀ ସାମନ୍ତରାୟ ତାଙ୍କ ଭୁଲ ପାଇଁ ନିସର୍ତ୍ତ କ୍ଷମାପା୍ରର୍ଥନା କରିଥିଲେ । କଥା ସେତିକିରେ ରହିଲା ନାହିଁ ଏବେ ଦେଶ ବିଦେଶ ସାଙ୍ଗକୁ ଆମର ଶତ୍ରୁଦେଶ ପାକିସ୍ତାନରେ ମଧ୍ୟ ଭିଡିଓ ଭାଇରାଲ ହୋଇ ଘୁରିବୁଲୁଛି । ପାକିସ୍ତାନର ଟିଭି ଚାନେଲ ଏହି ଭାଇରାଲ ଭିଡିଓ ପ୍ରସାରିତ କରିବା ସହିତ ଏ ସମ୍ପର୍କରେ ନାନା କୁସ୍ôା ପ୍ରଚାର କରୁଛି ।

Share

Leave a Reply

Your email address will not be published. Required fields are marked *

4 × 3 =