ଶସ୍ତାରେ ଟିକା କିଣି ଘରୋଇ ହସ୍ପିଟାଲରେ ବିକ୍ରି କରୁଛନ୍ତି ପଞ୍ଜାବ ସରକାର

ଅମୃତସର: ୪ଶହ ଟଙ୍କାର ଟିକାକୁ ହଜାରେ ଟଙ୍କାରେ ବିକ୍ରି କରୁଛି ପଞ୍ଜାବ । ପଞ୍ଜାବ ସରକାରଙ୍କ ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । କେନ୍ଦ୍ର ପାଖରୁ କମ୍ ମୂଲ୍ୟରେ ଟିକା ନେଇ ଘରୋଇ ହସ୍ପିଟାଲକୁ ବେଆଇନ୍ ଭାବରେ ଅଧିକ ଦାମରେ ଟିକା ବିକ୍ରି କରି ରାଜସ୍ୱ ବଢାଇବା ଲକ୍ଷରେ ଏହି ସରକାର। ଆଉ ଘରୋଇ ହସ୍ପିଟାଲ ସେହି ଟିକାକୁ ଅଧିକ ଦାମରେ ଲୋକଙ୍କୁ ଦେଉଥିବା ଜଣାପଡ଼ିବା ପରେ କ୍ୟାପଟେନ ଅମରିନ୍ଦର ସିଂହ ସରକାରଙ୍କୁ ଘେରିଛି ବିଜେପି ସମେତ ଶିରୋମଣୀ ଅକଳୀ ଦଳ।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଜୋରଦାର ବର୍ଷିଛନ୍ତି ଉଭୟ ରାହୁଲ୍ ଗାନ୍ଧୀ ଏବଂ କଂଗ୍ରେସ ଉପରେ। ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅନ୍ୟମାନଙ୍କୁ କରୋନା ପରିଚାଳନା ଉପରେ ଜ୍ଞାନ ବାଣ୍ଟିବା ପରିବର୍ତ୍ତେ ପ୍ରଥମେ ପଞ୍ଜାବ ଲୋକ କିଭଳି ଟିକା ପାଇବେ ଏବଂ ବେଆଇନ୍ କାମକୁ ରୋକି ହେବ ସେ ବାବଦରେ ବୁଝିବା ଦରକାର ବୋଲି ସେ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

ten + 3 =