ଶ୍ରୀଲଙ୍କା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ

ଶ୍ରୀଲଙ୍କା() ଶ୍ରୀଲଙ୍କା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ।୯ ଜଣ ଆତଙ୍କବାଦୀ ଏହି ନରରାକ୍ଷସୀ କାଣ୍ଡ ଭିଆଇଥିଲେ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୩୫୯ ଜଣଙ୍କର ମୁତ୍ୟୁ ଘଟି ସାରିଥିବା ବେଳେ ୫୦୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ଜୀବନ ମୁତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି ।

୯ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ମହିଳା ଆତଙ୍କବାଦୀ ମଧ୍ୟ ରହିଥିଲେ। ଏନେଇ ସୂଚନା ଦେଇଛନ୍ତି, ଶ୍ରୀଲଙ୍କାର ଉପ ପ୍ରତିରକ୍ଷା ମନ୍ତ୍ରୀ ରୁଆନ୍ ୱାଜିୱର୍ଦ୍ଧନେ । କହିଛନ୍ତି କି, ମାନବ ବୋମା ଭାବେ ଏହି ମହିଳା ଆତଙ୍କବାଦୀ ଜଣକ ଚର୍ଚ୍ଚ ମଧ୍ୟକୁ ପ୍ରବେଶ କରିବା ପରେ ନିଜ ଶରୀରରେ ଖଞ୍ଜିଥିବା ଡିଟୋନେଟରରେ ବିସ୍ଫୋରଣ ଘଟାଇ ଏହି ଆତଙ୍କବାଦୀ ହାମ୍ଲା ଘଟାଇଥିଲେ। ଏପରିକି ଏହି ମହିଳା ଆତଙ୍କବାଦୀଙ୍କ ଚପଲ ମିଳିବା ପରେ ଏହି ଘଟଣା ଜଣାପଡ଼ିଥିବା କହିଥିବା କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 5 =